ଏୟାରପୋର୍ଟ ସର୍ଭିସ ଭଳି ଭୁବନେଶ୍ବର ରେଳ ଷ୍ଟେସନରେ ଖୁବଶିଘ୍ର ମିଳିବାକୁ ଯାଉଛି ଏହି ଅତ୍ୟାଧୁନିକ ସୁବିଧା ସୁଯୋଗ । ତଳେ ଥିବା ୬ଟି ଟ୍ରାକରେ ଗଡୁଥିବ ଟ୍ରେନ ଓ ତା ଉପରେ ର୍ନିମାଣ ହୋଇଥିବା ଏୟାର କନକୋର୍ସରେ ଅତ୍ୟାଧୁନିକ ସୁବିଧା ପାଇପାରିବେ ରେଳଯାତ୍ରୀ । ଭୁବନେଶ୍ବର ରେଳ ଷ୍ଟେସନ ରି ଡେଭଲପମେଣ୍ଟ ଯୋଜନାରେ ନୂତନ ରୁପ ପାଇବାକୁ ଯାଉଛି ଭୁବନେଶ୍ବର ରେଳ ଷ୍ଟେସନ । ଏଲିଭେଟେଡ ରୋଡ, ଇଣ୍ଟିଗ୍ରେଟେଡ ସିଷ୍ଟମ୍ ସହ ଏୟାରପୋର୍ଟ ଭଳି ସୁବିଧା ମିଳିବ ।
ମେଟ୍ରୋରୁ ଓହ୍ଲାଇ ଏଲିଭେଟେଡ ରୋଡରେ ସିଧା ରେଲ କନକୋର୍ସରେ ପହଂଚି ପାରିବେ ଯାତ୍ରୀ । ୨୦୨୫ ଅଗଷ୍ଟ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ହେଉଛି ଦେଶର ସର୍ବବୃହତ ରେଲଓ୍ବେ ଏୟାର କନକୋର୍ସ ବୋଲି ଦାବି କରିଛନ୍ତି ପୁର୍ବତଟ ରେଳବାଇର ଚିଫ୍ ଇଂଜିନିୟର୍।
୨୦୨୨ ଡିସେମ୍ବର ୨୯ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାମ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବର୍ତ୍ତମାନ ଏହାର କାମ ତ୍ୱରିତ ବେଗରେ ଚାଲିଛି । ଭୁବନେଶ୍ବର ମେଟ୍ରୋ ଟ୍ରେନରୁ ଓହ୍ଲାଇ ଏଲିଭେଟେଡ ରୋଡ ଦ୍ବାରା ସିଧାସଳଖ ଷ୍ଟେସନ ଭିତରେ ପହଂଚିବାକୁ ବ୍ୟବସ୍ଥା କରାଯାଉଛି ।
ରେଳ ଷ୍ଟେସନର ଉନ୍ନତିକରଣ ସହ ସୁରକ୍ଷା, ପରିମଳ, ଯାତ୍ରୀଙ୍କ ପାଇଁ ଉପଯୁକ୍ତ ଓ୍ବେଟିଙ୍ଗ ହଲ୍, ମୋର୍କେଟ ପ୍ଲେସ, ଏଲିଭେଟର , ନିର୍ମାଣ କାମ କରାଯାଉଛି। ଭୁବନେଶ୍ବର ଷ୍ଟେସନକୁ world class କରିବାକୁ ତ୍ବରିତ ବେଗରେ କାମ କରାଯାଉଛି । ରେଳ ଷ୍ଟେସନର ଯେକୌଣସି ପ୍ଲାଟଫର୍ମ ଦେଇ ଯିବେ , ଆପଣ ପାଇବେ world class ଲୁକ୍ ଓ ଫରେନ୍ ଏକ୍ସପିରିଏନସ୍ ।
ଫୁଟ ଓଭର, ଡ୍ରାଇଭ ଟ୍ରାକ, ଡ୍ରପ ଅଫ ବେ, କାମ ଶେଷ ପଯ୍ୟାୟରେ ପହଂଚିଛି । ସ୍ବତନ୍ତ୍ର ଭାବେ ଏଣ୍ଟ୍ରି ଓ ଏକଜିଟ୍ ରୁଟ୍ କରାଯାଇଛି । ଯାହାଫଳରେ ଯାତ୍ରୀଙ୍କ ଭିଡ କମିଯିବ । ଶ୍ରମିକ, ଇଞ୍ଜିନିୟରଙ୍କୁ ମିଶାଇ ଦୈନିକ ୬୫୦ ଲୋକ ରାତି ଦିନ କାମ କରୁଛନ୍ତି ।