ମଧ୍ୟ ମିଳିଥାଏ ଯେପରିକି ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ। ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ପ୍ରଦାହ କମିଯାଏ । ଯଦି କୌଣସି କାରଣରୁ ଶରୀରର କୌଣସି ଅଙ୍ଗରେ ଫୁଲା ଦେଖାଯାଏ ତେବେ ଏହାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ସି ଭରପୂର ଅଟେ
ଏହାର ପତ୍ରରେ ଭିଟାମିନ୍ ଏବଂ ମିନେରାଲ୍ସ ବହୁ ପରିମାଣରେ ମିଳିଥାଏ । ସଜନା ଶାଗ ପତ୍ରରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ ।କୁହାଯାଏ ଯେ ଗୋଟିଏ କମଳା ରେ ଯେତିକି ଭିଟାମିନ୍ ସି ମିଳିଥାଏ ସଜନା ଶାଗ ପତ୍ରରେ ମଧ୍ୟ ସେତିକି ମିଳିଥାଏ ।
ଉଚ୍ଚ ବିପି ଏବଂ ଆର୍ଥ୍ରାଇଟିସରେ ସାହାଯ୍ୟକାରୀ
ଯେଉଁମାନଙ୍କର ଉଚ୍ଚ ବିପି ସମସ୍ୟା ରହିଛି ସେମାନେ ଏହାର ପତ୍ର ଖାଇପାରିବେ କାରଣ ଏହି ଉଦ୍ଭିଦ ଉଚ୍ଚ ବିପି ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଥିରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ଯେଉଁଥିପାଇଁ ଏହା ଆର୍ଥ୍ରାଇଟିସ୍ ରୋଗକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ନିୟମିତ ବ୍ୟବହାର ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...