
ଅର୍ଗସ୍ ବ୍ୟୁରୋ: ତରଭୁଜ ପାଟିକୁ ଯେତିକ ସ୍ବାଦିଷ୍ଟ ଲାଗେ,ତ୍ବଚା ପାଇଁ ସେତିକି ଲାଭଦାୟକ । ତ୍ବଚାରେ ଟ୍ୟାନିଂ କିମ୍ବା ଦାଗ ରହିଥିଲେ , ଏଥିପାଇଁ ତରଭୁଜର ବ୍ୟବହାର ବହୁତ୍ ଉପକାରୀ ହୋଇଥାଏ । ଏଥିପାଇଁ ତରଭୁଜ ଜେଲ ବହୁତ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଜେଲ ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ବ୍ୟବହାର ସମ୍ପର୍କରେ ।
-ପ୍ରଥମେ ତରଭୁଜ ଜେଲ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ-କାକୁଡି ରସ, ତରଭୂଜ ରସ,ଆଲୋଭେରା ଜେଲ,ଭିଟାମିନ’ଇ’ କ୍ୟାପସୁଲ । ଏ ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଭଲଭାବେ ମିକ୍ସ କରିବେ । ଏହାପରେ ତାକୁ ଏକ ଏୟାର ଟାଇଟ ଡବାରେ ପୁରାଇ ଫ୍ରିଜରେ ରଖିବେ ।
-ତ୍ବଚାରେ ଏହାକୁ ଲଗାଇବାର କିଛି ସମୟ ପୂର୍ବରୁ, ଏହାକୁ ଫ୍ରିଜରୁ ବାହାର କରି ରଖିବେ । ତାପରେ, ପ୍ରଥମେ ତ୍ବଚାକୁ ଧୋଇ ସଫା କରିବେ । ଏହାପରେ ଏହି ଜେଲକୁ ହାତରେ ଅଳ୍ପ ଅଳ୍ପ ନେଇ ତ୍ବଚାରେ ଲଗାଇ ଧିରେଧିରେ ମସାଜ କରିବେ । ଏହାପରେ ୧୫ ରୁ ୨୦ ମିନିଟ ଯାଏଁ ଏହାକୁ ତ୍ବଚାରେ ରଖିବା ପରେ, ତ୍ବଚାକୁ ଧୋଇ ସଫା କରିବେ ।
-ତରଭୂଜ ଜେଲ ତ୍ବଚାରେ ଲଗାଇବା ଦ୍ବାରା, ଏହା ତ୍ବଚାରୁ ଟ୍ୟାନିଂ ସମସ୍ୟା ଦୂର କରିବା ସହିତ, ବେଦାଗ କରିଥାଏ । କେବଳ ଏତିକି ନୁହେଁ, ଏହା ସହିତ ତ୍ବଚାକୁ ସତେଜ ରଖିବା,ରିଙ୍କଲ ସମସ୍ୟା,ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ ।
