ଅର୍ଗସ୍ ବ୍ୟୁରୋ : ଜଳବାୟୂର ପରିବର୍ତ୍ତନ ହେବା ସଙ୍ଗେସଙ୍ଗେ, ଅନେକ ସ୍ୱାସ୍ଥ୍ୟ ଓ ତ୍ୱଚା ଜନିତ ସମସ୍ୟା ଦେଖାଦେବା ସହିତ, କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ । କେଶ ଝଡିବା ସମସ୍ୟା ସହିତ ଆଉ ଏକ ମୁଖ୍ୟ ସମସ୍ୟା ହେଉଛି କେଶ ଫାଟିବା । ଥରେ କେଶ ଫାଟିବା ଆରମ୍ଭ କଲେ, କେଶ ଆଉ ବଢିନଥାଏ । କେଶ ସମସ୍ୟା ସାଧାରଣତଃ ସେତେବେଳେ ଦେଖାଦେଇଥାଏ, ଯେତେବେଳେ ଅତ୍ୟଧିକ ପରିମାଣରେ ବାହାର ପ୍ରଡକ୍ଟ ବା କେମିକାଲ ଯୁକ୍ତ ପ୍ରଡକ୍ଟ କେଶରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା କେଶ ଫାଟିବା ସମସ୍ୟାକୁ କିପରି ରୋକିହେବ ଘରୋଇ ଉପଚାର ମାଧ୍ୟମରେ ।
ଏଥିପାଇଁ ଆବଶ୍ୟକ -ଦହି, ଆଲୋଭେରା, ଅଲିଭ୍ ଅଏଲ୍ ।
-ଏହି ତିନୋଟି ସାମଗ୍ରୀକୁ ନେଇ ଏକ ପାତ୍ରରେ ଭଲଭାବେ ମିକ୍ସ କରିବେ । ମିକ୍ସ ହେବା ପରେ ଏହି ମିଶ୍ରଣକୁ ନେଇ, କେଶ ଓ କେଶ ମୂଳରେ ଭଲଭାବେ ଲଗାଇବେ । ଲଗାଇବା ପରେ ୧୦ ମିନିଟ୍ ଯାଏଁ ମସାଜ୍ କରିବେ । ଏହାପରେ ଅଧାଘଂଟା ଯାଏଁ ଛାଡିଦେବେ । ଏହାପରେ ଥଣ୍ଡା ପାଣିରେ କେଶକୁ ଧୋଇବେ । ଏପରି କରିବା ଦ୍ୱାରା, ଏହା କେଶରେ ଏକ ପ୍ରାକୃତିକ ଚମକ ଆଣିବା ସହିତ,ମୁଣ୍ଡ କୁଣ୍ଡେଇ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ । ଏହା ସହିତ କେଶ ଫାଟୁଥିଲେ,ଏହି ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ଏହି ଘରୋଇ ଉପଚାର ।