-ପ୍ରଥମେ ସକାଳୁ ଉଠିବା ପରେ ଏକ କପ୍ ହାଲ୍କା ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଆବଶ୍ୟକ । ଯଦି ଏହି ପାଣିକୁ ଆଉ ଟିକେ ସ୍ୱାଦିଷ୍ଟ କରିବାକୁ ଚାହୁଁଥାନ୍ତି ,ତେବେ ସେଥିରେ ମହୁ ମିଶାଇ ପିଇ ପାରିବେ । ଏହା ପ୍ରତିଦିନ ପିଇବା ଦ୍ୱାରା ଏହା ତ୍ୱଚା ପାଇଁ ବେଶ ଫଳପ୍ରଦ ହୋଇଥାଏ ।
-ସକାଳ ଜଳଖିଆରେ ଭିଜା ହୋଇଥିବା ବାଦାମ୍ ସାମିଲ କରିବା ଭଲ । ଏହା ସହିତ ଅମୃତଭଣ୍ଡା ଓ କ୍ଷୀର ମଧ୍ୟ ସାମିଲ କରିପାରିବେ । ଏହା ସହିତ ରୋଟି,ଓଟସ୍,ଅଣ୍ଡା ଖାଇବା ମଧ୍ୟ ଅତି ଉତ୍ତମ ।
-ମଧ୍ୟାହ୍ନ ଭୋଜନ କରିବାର ୨ ଘଂଟା ପୁର୍ବରୁ କାକୁଡି ଓ ଗାଜର ସାଲାଡ୍ ଖାଇ ପାରିବେ । ଏହା ସହିତ,ଦହି କିମ୍ବା ପଇଡ ପାଣି ମଧ୍ୟ ପିଇ ପାରିବେ ।
-ମଧ୍ୟାହ୍ନ ଭୋଜନ ସମୟରେ ରୋଟି କିମ୍ବା ଭାତ ସହିତ, ପନିପରିବା ତରକାରୀ, ଡାଲି, ଚିକେନ୍ ସାମିଲ କରି ପାରିବେ ।
-ସଂଧ୍ୟା ସମୟରେ ଗ୍ରୀନ୍ ଟି ବା ଫ୍ରୁଟ ଜୁସ୍ ପିଇ ପାରିବେ ।
-ରାତ୍ରି ଭୋଜନରେ ରୋଟି ସହିତ,ଏକ ଗ୍ଲାସ୍ କ୍ଷୀରରେ ହଳଦୀ ଓ ମହୁ ମିଶାଇ ପିଇ ପାରିବେ ।
ଏହି ସବୁ ଉପାୟ ସଠିକ୍ ଭାବରେ ଅବଲମ୍ବନ କରିବା ଦ୍ୱାରା, ଏହା ତ୍ୱଚାକୁ ସୁସ୍ଥ, ସୁନ୍ଦର ଓ ଗ୍ଲୋଇଙ୍ଗ୍ କରିବାରେ ସାହାଯ୍ୟ କରେ ।