ଜଙ୍କ ଫୁଡ୍ : ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ୍ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଏବଂ ନା ନା ପ୍ରକାରର ଅସୁବିଧା ଦେଖାଦିଏ।
ମାଂସ : ଏଥିରେ ଫ୍ୟାଟ୍ ଏବଂ କୋଲେଷ୍ଟରଲ ଥାଏ। ଯାହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ତେଣୁ ଏହି ରୋଗୀଙ୍କୁ ମାଂସ ଖାଇବା ଅନୁଚିତ୍।
ମଦ : ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍ । କାରଣ ଥାଇରଏଡ୍ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ଏହି ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।
ଏହି ଥାଇରଏଡ ରୋଗରେ ପ୍ରାୟତଃ ମହିଳା ଶିକାର ହୋଇଥାଆନ୍ତି। ମାନସିକ ଅବସାଦରେ ରହିଲେ ଏହି ରୋଗ ହେବାର ମୁଖ୍ୟ କାରଣ ହୋଇଥାଏ। ଏହି ରୋଗ ହେବା କାରଣରୁ ମହିଳାମାନେ ପ୍ରାୟତଃ ମୋଟା ହୋଇଯାଆନ୍ତି। କୋଲେଷ୍ଟ୍ରଲ, ବାଞ୍ଝପଣ, ଅଷ୍ଟିଓପୋରୋସିସ ଭଳି ରୋଗର ସାମ୍ନା କରିବାକୁ ପଡ଼ୁଛି।
ଥାଇରଏଡ ସମସ୍ୟାର ଘରୋଇ ଉପଚାର
-ରାତିରେ ଏକ ଗ୍ଲାସ ପାଣିରେ କିଛି ଗୋଟା ଧନିଆକୁ ରାତିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ଟିକେ ଗରମ କରି ଫୁଟିବାକୁ ଛାଡ଼ିଦିଅନ୍ତୁ। ପାଣି ଯେତେବେଳେ ଏକ ଚତୁର୍ଥାଂଶ ଭାଗ ହୋଇଯିବ ଏହାକୁ ଥଣ୍ଡା କରି ଖାଲି ପେଟରେ ପିଇଦିଅନ୍ତୁ। ଏହାକୁ ନିୟମିତ ପିଇବା ଦ୍ବାରା ଥାଇରଏଡ ସମସ୍ୟା ଦୂର ହୋଇଥାଏ।
-ଯେଉଁ ମହିଳାମାନଙ୍କର ଥାଇରଏଡ ସମସ୍ୟା ରହିଛି ସେମାନେ କ୍ଷୀର ଏବଂ ଦହିର ସେବନ ଅଧିକରୁ ଅଧିକ କରିବା ଦରକାର। କ୍ଷୀର ଏବଂ ଦହିରେ ଥିବା ଭରପୁର ମାତ୍ରାରେ ଥିବା କ୍ୟାଲସିୟମ, ମିନେରାଲ୍ସ ଏବଂ ଭିଟାମିନ ଏହି ରୋଗରୁ ଉପଶମ ଦେଇଥାଏ।
-ଥାଇରଏଡ ରୋଗୀମାନେ ଯେତେ ତଟକା ପନିପରିବା ଏବଂ ଫଳ ଖାଇଲେ ଭଲ। କାରଣ ଏଥିରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଥାଇରଏଡକୁ ନିୟନ୍ତ୍ରଣରେ ରଖିଥାଏ। ପନିପରିବା ମଧ୍ୟରେ ଟମାଟର , କଞ୍ଚା ଲଙ୍କା ଆଦି ଖାଇଲେ ଭଲ।
-ଏହି ରୋଗରେ ଯେତେ ପ୍ରକାର ଫଳ ରସ ପିଇପାରିବେ। ପ୍ରତିଦିନ ପଇଡ଼ ପାଣି, ପତ୍ରକୋବି ଜୁସ, କମଳା ଜୁସ, ଅଙ୍ଗୁର ରସ ଇତ୍ୟାଦି ଫଳପ୍ରଦ ହୋଇଥାଏ।