ଏବେ ଦେଶରେ ମୋଟ୍ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡୁ ର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବାବେଳେ ଓଡିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।
ରାମସାର କ୍ଷେତ୍ର ଘୋଷଣାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବିଚାର କରାଯାଏ । ଆର୍ଦ୍ରଭୂମିକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏ ମନ୍ୟାତା ୟୁନିସ୍କୋ ଦେଇଥାଏ । ତା’ର ସୁରକ୍ଷା ମଧ୍ୟ ସେହି ଢ଼ଙ୍ଗରେ କରାଯାଇଥାଏ । ଏହା ପୂର୍ବରୁ ଚିଲିକା ଓ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିସାରିଛି ।