ଏଥରକ ଘଟଣାରେ ଜଣେ ନିହନ୍ତି ଦୁଇ ଜଣକପ ଆରେଷ୍ଟ କରିଛି ଦିଲ୍ଲୀ ପୋଲିସ । ଜଣେ ମହିଳା ସମେତ ଆଉ ଜଣେ ଯୁବକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ପୁନମ ଏବଂ ପୁଅ ଦୀପକ । ମୃତକଙ୍କ ନାମ ଅଞ୍ଜନ ଦାସ । ସ୍ଵାମୀ ଅଞ୍ଜନ ଦାସ ଅବୈଧ ସଂପର୍କ ରଖୁଥିଲା ବୋଲି ପୁନମ ସନ୍ଦେହ କରୁଥିଲେ । ଅବୈଧ ସଂପର୍କ ସନ୍ଦେହରେ ଅଞ୍ଜନ ଦାସଙ୍କୁ ନିଶା ବଟିକା ଖୁଆଇ ପରେ ହତ୍ୟା କରାଯାଇଥିଲା । ଏହି ବର୍ବର ହତ୍ୟାକାଣ୍ଡକୁ ମାଆ ଏବଂ ପୁଅ ମିଶି ମେ ୩୦ରେ ଘଟାଇଥିଲେ । ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସେହି ଫ୍ରିଜକୁ ଜବତ କରିଛି ।
ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ୨୦୨୨ ଜୁନ ୫ରେ ପେଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀ ପାଣ୍ଡବ ନଗରର ୨୦ ବ୍ଲକ୍ କଲ୍ୟାଣପୁରୀ ସାମ୍ନା ରାମଲୀଲା ମଇଦାନରେ ବୁଦା ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ । ପାଣ୍ଡବ ନଗର ଥାନାକୁ ତୁରନ୍ତ ଏହାର ସୂଚନା ଦିଆଯାଇଥିଲା । ପୋଲିସ ଏବଂ ଏସଏଚଓ ଷ୍ଟାଫଙ୍କ ଘଟଣାସ୍ଥଳରେ ପହଞ୍ଚି ତଲାସି ନେବା ପରେ ମାନବ ଅଙ୍ଗରେ ଭର୍ତ୍ତି ଏକ ବ୍ୟାଗ୍ ମିଳିଥିଲା। ପରେ କ୍ରାଇମ ବ୍ରାଞ୍ଚ ଦଳ ଏବଂ ଏଫଏସଏଲ ଦଳକୁ ଡକାଇ ଘଟଣାସ୍ଥଳର ଛାନଭିନ କରିଥିଲେ । ପୋଲିସ ମୃତଦେହର ଅଙ୍ଗଗୁଡିକୁ ଏଲବିଏସ ହସ୍ପିଟାଲ୍ର ଶବଗୃହରେ ରଖି ମୃତକଙ୍କ ଚିହ୍ନଟ ପାଇଁ ଉଦ୍ୟମ ଚଳାଇଥିଲା । ଆଉ ଆଜି ପୋଲିସ ମାମଲା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ।