ଏହାପରେ ଜାମ୍ମୁ- କଶ୍ମୀର ଓ ଲଦାଖ କୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରି ଦେଶର ମ୍ୟାପ ହି ବଦଳାଇ ଦେଇଥିଲେ। ଯାହା ପାଇଁ ମୋଦିଙ୍କୁ ମିଳିଥିଲା ଦେଶବ୍ୟାପୀ ଭରପୁର ଜନସମର୍ଥନ। ସଂଖ୍ୟାଲଘୁ ମହିଳାଙ୍କ ସହ ବର୍ଷ ବର୍ଷ ଧରି ଚାଲିଆସୁଥିବା ରୁଢିବାଦୀ ଅନ୍ୟାୟରୁ ବଞ୍ଚାଇବା ପାଇଁ ନେଇଥିଲେ ବଡ଼ ପଦକ୍ଷେପ। ବହୁ ଚର୍ଚ୍ଚିତ ଐତିହାସିକ ତିନ ତଲାକ ବିଲକୁ ଦିଆଯାଇଥିଲା ମଞ୍ଜୁରୀ। ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର ପାଇଁ ଲାଗୁ କରାଗଲା ନାଗରିକତା ସଂଶୋଧନ ଆଇନ। ହେଲେ ବିଜେପିର ସବୁଠାରୁ ବଡ଼ ବିଜୟ ଥିଲା ରାମ ମନ୍ଦିର ପ୍ରସଙ୍ଗ। ବିହୁ ବାଦ ବିବାଦ ପରେ ହିନ୍ଦୁ ମାନଙ୍କ ସପକ୍ଷରେ ଆସିଥିଲା ରାମ ମନ୍ଦିର ରାୟ। ରାମଲାଲାଙ୍କ ଜନ୍ମଭୂମୀରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟରୁ ମିଳିଥିଲା ଗ୍ରୀନ ସିଗିନାଲ୍ । ରାମ ମନ୍ଦିର ରାୟ ଆସିବା ପରେ ଦେଶରେ ମୋଦି ସରକାରକୁ ମିଳିଥିଲା ଜନାତାଙ୍କ ବିପୁଳ ସମର୍ଥନ। ସେହିପରି ମୋଦି ସରକାରର ବିଦେଶ ନୀତିକୁ ନେଇ ସମଗ୍ର ବିଶ୍ଵରେ ଚର୍ଚ୍ଚା। ଗ୍ଲୋବାଲ ଲିଡର ଭାବରେ ପିଏମ ମୋଦିଙ୍କୁ ଗ୍ରହଣ କରିଛି ସାରା ବିଶ୍ଵ। ସେହିପରି ଉଜ୍ଜଳା ଯୋଜନା ହେଉ, କିମ୍ଵା ଜନଧନ ସାଧାରଣ ଲୋକଙ୍କୁ ବେଶ ସହାୟକ ହୋଇଥିଲା। ସୂଚନା ଅନୁସାରେ, 2014 ସାଧାରଣ ନିର୍ବାଚନରେ ଏକକ ବହୁମତ ପରେ ମେ 26ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ଵ ଗ୍ରହଣ କରିଥିଲେ।
ଅଧିକ ପଢନ୍ତୁ ଭାରତ ଖବର