ଘରଭଡା ମାସକୁ ୧୦ ହଜାର । କିନ୍ତୁ ମାସିକ ବେତନ ୩୦୦୦ ହଜାର ଥିବାରୁ କେମିତି ଚଳିବେ ସେ ନେଇ ଏବେ ଚିନ୍ତାରେ ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ । ବାପାଙ୍କ ଦୁଃଖକୁ ବି ସହି ପାରୁନାହାନ୍ତି ଝିଅମାନେ । ବାପାଙ୍କ କଷ୍ଟ ଦେଖି କାନ୍ଦି ପକାଉଛନ୍ତି ସେମାନେ । ଆଖିରେ ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ ଥିବାବେଳେ ପରିବାରର ଆର୍ଥିକ ବୋଝ,ଦୁଃଖ,ବାପାଙ୍କ କଷ୍ଟ ଦେଖି ସେମାନେ ନିଜ କୋହକୁ ଅଟକାଇ ପାରୁନାହାନ୍ତି । ଭାଇ ଚାଲିଗଲା ପରେ ସମ୍ପୁର୍ଣ୍ଣ ବେସାହାରା ଏବେ ସେମାନେ । ସ୍କୁଲ ଫିସ ଦେବାକୁ ପାଖରେ ଅର୍ଥ ନାହିଁ ।
ଦୁଃଖ କେବେ କେବେ ଏମିତି ଆସେ ଯେମିତି ସହିବାର ସୀମା ଟପିଯାଏ । ଝିଅଙ୍କ ଆଖିରୁ ଲୁହ ଶୁଖୁନି । ଆଉ ଅକ୍ଷମ ଶରୀରକୁ ପରିବାରର ବୋଝରେ ଖୁବ ଭାଙ୍ଗି ପଡିଛନ୍ତି ଏହି ବ୍ୟକ୍ତି । ସେଥିପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଘର ଖଣ୍ଡେ ଦେବାପାଇଁ । ପରିବାରରେ କେହି ରୋଜଗାରିଆ ବ୍ୟକ୍ତି ନଥିବା ବେଳେ ଘରଭଡା ୧୦ ହଜାର ଦେବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡିଛି । ସେଥିପାଇଁ ସେ ଘରଖଣ୍ଡେ ଦେବାକୁ ଆଉ କିଛି ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।