ଭାରତ ଆଉ ପାକିସ୍ତାନର କରାଟେ ଯୁଦ୍ଧ ଖୁବ କମ ଷ୍ଟେଜରେ ଦେଖିବାକୁ ମିଳେ । ଆଉ ଯେବେ ଉଭୟଙ୍କ ଭିତରେ ମ୍ୟାଚ ହୁଏ, ସେବେ ପ୍ରକୃତରେ ଶତ୍ରୃ ଭଳି ମ୍ୟାଚ ଖେଳ ଦେଖିବାକୁ ମିଳେ । କିନ୍ତୁ ଶନିବାର ହୋଇଥିବା କରାଟେ ଯୁଦ୍ଧ ଏହାର ଖୁବ ବିପରୀତ ଦେଖିବାକୁ ମିଳିଥିଲା । ଶନିବାର ଭାରତର କରାଟେ ଖେଳାଳୀ ରାଣା ସିଂ ଏବଂ ପାକିସ୍ତାନୀ ଖେଳାଳୀ ଶାହାଜୈବ ରିନ୍ଧଙ୍କ ମଧ୍ୟରେ କରାଟେ ଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ଖେଳରେ ଜିତିଥିଲେ ପାକିସ୍ଥାନୀ ଖେଳାଳୀ ଶାହାଜୈବ ରିନ୍ଧ । ଆଉ ଜିତିବା ପରେ ଉଭୟ ଭାରତ ଆଉ ପାକିସ୍ତାନର ପତାକା ଧରି ଷ୍ଟେଜ ଉପରକୁ ଆସିଥିଲେ ।
A beautiful and powerful message by Pakistani fighter @RindhShahzaib after his victory over Indian fighter in @KarateCombat #KC45
Pakistan beat India by 2-1 in team competition in Dubai last night.. #ShahzaibRind #KarateCombat #PakvsInd #PakvInd #Unity pic.twitter.com/tCikyDBNrM — Pakistan in Pictures (@Pakistaninpics) April 20, 2024
ତାଙ୍କୁ ଯେତେବେଳେ ଏହାର କାରଣ ପଚରା ଯାଇଥିଲା, ସେ କହିଥିଲେ, " ଏହି ଯୁଦ୍ଧ ହେଉଛି ଶାନ୍ତିର । ଭାରତ ଆଉ ପାକିସ୍ତାନ ଶତ୍ରୃ ନୁହନ୍ତି, ମିତ୍ର ଅଟନ୍ତି । ଆମେ ଯଦି ସମସ୍ତେ ଏକାଠି ମିଶିବା ସବୁ କିଛି କରିପାରିବା । ଏହି କରାଟେ ଯୁଦ୍ଧ ଖେଳ ଦୁଇ ଦେଶକୁ ଏକାଠି କରିବାର ପ୍ରୟାସ ।" କେବଳ ସେତିକି ନୁହେଁ, ସଲମାନ ଖାନ ଖେଳ ଦେଖିବାକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ ଦେଇଥିଲେ ଶାହାଜୈବ । ଏବଂ ଶେଷରେ ତାଙ୍କୁ ଭେଟିଥିଲେ ।ତେବେ ମ୍ୟାଚ ପରେ ପାକିସ୍ତାନୀଙ୍କ ଏପରି କହିବା ସବୁ ଭାରତ ଏବଂ ପାକିସ୍ତାନୀଙ୍କ ଉପରେ ପ୍ରଭାବ ପକାଇଛି ।
"Har Jaga 20 20 seconds Mai Knock out Kat daitay Ho yar," Bollywood star Salman Khan said to Shahzaib Rindh after the fight.@RindhShahzaib pic.twitter.com/vBcr5BjZbT — Thakur (@hassam_sajjad) April 20, 2024