ଅର୍ଗସ ବ୍ୟୁରୋ: ଆଜିଠୁ ରାଜଧାନୀରେ ଆୟୋଜିତ ହେବ ତିନି ଦିନିଆ ‘ବାୟୁ’ ସମ୍ମିଳନୀ । ‘ବାୟୁ-ମହତ୍ବପୂର୍ଣ୍ଣ ଜୀବନ ଶକ୍ତି’ ବାର୍ତ୍ତା ନେଇ ଆୟୋଜିତ ହେବ ଏହି ସମ୍ମିଳନୀ । ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ, ପରିବେଶବିତ୍, ବିଭିନ୍ନ ସଂଗଠନର ପ୍ରତିନିଧି । ସୁସ୍ଥ ଜୀବନ ପାଇଁ ସ୍ବଚ୍ଛ ବାୟୁ ଉପରେ ହେବ ବିଚାରମନ୍ଥନ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଆୟୋଜନ କରାଯାଉଛି।
ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତ୍ତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।