ଏହି ପ୍ରକଳ୍ପ ଜରିଆରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପାଖାପାଖି ୨୦୦୦୦ ଲୋକ ନିଯୁକ୍ତି ପାଇବେ। ଏହାସହ ଆଦାନୀ ଗ୍ରୁପ ୧ ଗିଗାୱାଟ୍ ହାଇପରସ୍କେଲ୍ ଡାଟାସେଣ୍ଟର ଭିତ୍ତିଭୂମିରେ ବଳକା ବିଜୁଳି ଆବଣ୍ଟନ ପାଇଁ ଲକ୍ଷ୍ୟ ରଖିଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରୁଛନ୍ତି ମହାରାଷ୍ଟ୍ର ସରକାର। ହାଇପରସ୍କେଲ୍ ପ୍ରକଳ୍ପ ଉଭୟ ଅର୍ଥନୀତି ଓ ସାମାଜିକ ଦୃଷ୍ଟିକୋଣରୁ ମହାରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ। ରିନ୍ୟୁବଲ୍ ଏନର୍ଜିରେ ମୁମ୍ବାଇର ସହଭାଗିତ ଅତି ନଗଣ୍ୟ ଥିଲେ ମଧ୍ୟ ଦୃତଗତିରେ ଏଥିରେ ପରିବର୍ତ୍ତନ ହୋଇଛି। ଆସନ୍ତା କିଛି ବର୍ଷରେ ମୁମ୍ବାଇ ସ୍ବଚ୍ଛ ଇନ୍ଧନକୁ ଆପଣେଇବାରେ ଗ୍ଲୋବାଲ୍ ଲିଡର୍ ହୋଇପାରିଛି। ସ୍ବଚ୍ଛ ଇନ୍ଧନ ଆପଣେଇବାରେ ବିଶ୍ବର କୌଣସି ବଡ ସହରକୁ ଅତିକ୍ରମ କରିପାରିଛି ଆଦାନୀ ଗ୍ରୁପ। ଏହିଭଳି ବଡ ବଡ ପ୍ରକଳ୍ପ ମୁମ୍ବାଇର ରିନ୍ୟୁବଲ୍ ଏନର୍ଜି ଯାତ୍ରାକୁ ଆହୁରି ସୁଗମ କରି ଚାଲିଛନ୍ତି। ଏହାଦ୍ବାରା ଭାରତର ରିନ୍ୟୁବଲ୍ ଏନର୍ଜି ଟାର୍ଗେଟ୍ ପୂରଣ ହେବା ସହ ସଷ୍ଟେନବିଲିଟି ଲକ୍ଷ୍ୟ ହାସଲ ହେଉଛି। ୨୦୨୩ ମସିହାରେ ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍, ରିନ୍ୟୁବଲ୍ ଏନର୍ଜି ଉତ୍ସରୁ ମୁମ୍ବାଇର ୩୮ ପ୍ରତିଶତ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଆବଶ୍ୟକତା ପୂରଣ କରିପାରିଛି। ୨୦୨୭ ମସିହା ସୁଦ୍ଧା ଏହି ଟାର୍ଗେଟ୍ ୬୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଛି ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍।
ଅଧିକ ପଢନ୍ତୁ ଭାରତ ଖବର