ତିନି ସେନା ପ୍ରମୁଖ ଅଗ୍ନିପଥ ଯୋଜନାରେ ନିଯୁକ୍ତି ସମ୍ଵନ୍ଧୀୟ ବିସ୍ତୃତ ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦେବେ। ଅଗ୍ନିପଥ ଯୋଜନାର ଘୋଷଣା ଜୁନ୍ ୧୪ରେ କରାଯାଇଥିଲା। ଏହା ପରଠାରୁ ସାରା ଦେଶରେ ଏନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ଯୋଜନା ଅଧୀନରେ ମନୋନୀତ ହୋଇଥିବା ଯୁବକମାନଙ୍କୁ ଅଗ୍ନିବୀର ଭାବେ ଘୋଷିତ ହେବେ।
ସ୍ଥଳ, ବାୟୁ ଓ ନୌସେନା ପ୍ରମୁଖଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆଜି ତିନି ସେନା ପ୍ରମୁଖଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସ୍ଥଳ, ବାୟୁ ଓ ନୌସେନା ପ୍ରମୁଖଙ୍କ ସହ ଅଲଗା ଅଲଗା ବୈଠକ କରିବେ ମୋଦି । ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ସରକାର ପ୍ରଥମ ନିଯୁକ୍ତି ନୋଟିସ ଜାରି କରିଛନ୍ତି। ତିନି ସେନା ମୁଖ୍ୟ ଏନେଇ ସୂଚନା ଦେବାପାଇଁ ପ୍ରଧାନନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ କରିବେ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
