ବହୁ ଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ରାଜୀବ ସାକ୍ସେନାଙ୍କ ବୟାନ ସାର୍ବଜନୀନ ହେବା ପରେ ଏବେ କଂଗ୍ରେସ ଅଡୁଆରେ ପଡ଼ିଛି। ମୁଖ୍ୟ ଅଭିଯୁକ୍ତ ରାଜୀବ ସକ୍ସେନା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ଅହମ୍ମଦ ପଟେଲଙ୍କ ସମେତ କମଲ ନାଥଙ୍କ ପୁଅ ବକୁଲ ନାଥ, ଭଣଜା ରତୁଲ ପୁରୀଙ୍କ ନାମ ତଦନ୍ତ ବେଳେ କହିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ କଂଗ୍ରେସର ଅଡୁଆ ବଢିଛି। କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ କହିଛନ୍ତି ‘କଂଗ୍ରେସ ଶାସନରେ ବିନା ଘୋଟାଲାରେ କୌଣସି ବି ଚୁକ୍ତି ହୁଏନି’। ‘କଂଗ୍ରେସ ସରକାର ସମୟରେ ଲାଞ୍ଚ ବିନା ଡିଫେନ୍ସ ଡିଲ୍ ହୋଇ ନାହିଁ’ ।
‘ଦୁର୍ନୀତି କରିବା ଓ କଂଗ୍ରେସ ନେତା ଲାଭ ପାଇବା ପାଇଁ ଏହି ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ ଚୁକ୍ତି ହୋଇଥିଲା’ ଅନ୍ୟପଟେ ଏହି ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଅନେକ ତଥ୍ୟ ସହ ପ୍ରେସମିଟ କରି କଂଗ୍ରେସକୁ କାଠ ଗଡ଼ାରେ ଠିଆ କରିଛନ୍ତି ।
ଇଡିର ତଦନ୍ତ ବେଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସକ୍ସେନା ଅଗଷ୍ଟା ୱେଷ୍ଟଲ୍ୟାଣ୍ଡକୁ ନେଇ ହୋଇଥିବା ୩୦୦୦ କୋଟି ଟଙ୍କା ଘୋଟାଲା ବାବଦରେ ଅନେକ ରହସ୍ୟ ଉନ୍ମୋଚନ କରିଛନ୍ତି। ଏଥିରେ କଂଗ୍ରେସ ନେତାଙ୍କ ନାମ ଥିବା ଜଣାପଡ଼ିବା ପରେ ବିଜେପି ଏବେ କଂଗ୍ରେସକୁ ଘେରିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି
‘କଂଗ୍ରେସ ହେଉଛି ଦୁର୍ନୀତିର ଗନ୍ତାଘର’ ଧିରେ ଧିରେ ଉଠୁଛି ସତ୍ୟ ଉପରୁ ପରଦା । ଭାରତର ଜନତା କଂଗ୍ରେସର ଦୃଶ୍ୟମାନ ହାତକୁ ଭୋଟ୍ ଦେଇଥିବାବେଳେ ଏହାର ଅଦୃଶ୍ୟ ହାତ ଭାରତୀଙ୍କୁ ଲୁଟ କରିବାରେ ବ୍ୟସ୍ତ ରହିଥିଲା।