ଏହା ପରେ କେବେ ଦେଶରେ ୫ଜି ସେବା ଆରମ୍ଭ ହେବ ସେ ନେଇ ଗ୍ରାହକମାନେ ପ୍ରତୀକ୍ଷା କରୁଛନ୍ତି । ତେବେ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ହେବ ବୋଲି ସୂଚନା ଦେଇଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଯାହାକୁ ନେଇ ଖୁସିର ମାହୋଲ ଦେଖିବାକୁ ମିଳିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଅକ୍ଟୋବର ୧୨ ପୂର୍ବରୁ ଦେଶରେ ଆରମ୍ଭ ହେବ ୫ଜି ସେବା । ଏନେଇ ସୂଚନା ଦେଇଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଥମେ ୧୩ଟି ସହରରେ ଆରମ୍ଭ ହେବ ୫ଜି ସେବା ।ଏହି ୧୩ଟି ସହର ହେଉଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ଚେନ୍ନାଇ, ଚଣ୍ଡିଗଡ଼, ଗାନ୍ଧିନଗର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଗୁରୁଗ୍ରାମ, ଲକ୍ଷ୍ନୌ, ଜାମନଗର ଓ ଅହମଦାବାଦ । ସେପ୍ଟେମ୍ବର ୨୯ରେ ଏହି୧୩ ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୨ ୟ ପର୍ଯ୍ୟାୟରେ ଦେଶର ଆଉ କେତେକ ସହରରେ ଏହି ଅତ୍ୟାଧୁନିକ ଟେଲିକମ ସେବା ଆରମ୍ଭ ହେବ । ଚଳିତ ମାସ ଆରମ୍ଭରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଗତ ସପ୍ତାହରେ ସ୍ପେକ୍ଟ୍ରମ ଆବଣ୍ଟନ ମଧ୍ୟ ଶେଷ ହୋଇଛି ।
ଏହା ପରେ କେବେ ଦେଶରେ ୫ଜି ସେବା ଆରମ୍ଭ ହେବ ସେ ନେଇ ଗ୍ରାହକମାନେ ପ୍ରତୀକ୍ଷା କରୁଛନ୍ତି । ତେବେ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ହେବ ବୋଲି ସୂଚନା ଦେଇଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଯାହାକୁ ନେଇ ଖୁସିର ମାହୋଲ ଦେଖିବାକୁ ମିଳିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତର ମେଡାଲ ବର୍ଷା । ଏ ଯାଏଁ 5ଟି ପଦକ ହାସଲ । ମହିଳା 50 ମିଟର ରାଇଫଲ 3 ପୋଜିସନରେ ଭାରତକୁ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ । ସ୍ବର୍ଣ୍ଣ ଜିତିଲେ ସିଫ୍ଟ କୌର ଶର୍ମା ଓ ବ୍ରୋଞ୍ଜ ଜିତିଲେ ଆସି ଚୋକ୍ସି । ଏହା ପୂର୍ବରୁ 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଂରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତୀୟ ମହିଳା ଟିମ ।
ମାନୁ ଭାକର, ଏଶା ସିଂ, ଆର. ସଙ୍ଗୱାନ ଜିତିଲେ ସ୍ବର୍ଣ୍ଣ । ଭାରତ ପାଇଁ ପଞ୍ଚମ ସ୍ବର୍ଣ୍ଣ ପଦକ ବିଜୟ । ସେପଟେ 50 ମିଟର ରାଇଫଲ 3 ପୋଜିସନ ମହିଳା ସୁଟିଂରେ ରୌପ୍ୟ ପଦକ ଜିତିଲା ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 19କୁ ବୃଦ୍ଧି ପାଇଛି ।
ଆହୁରି ପଢନ୍ତୁ ଖେଳ ଖବର...
ଅର୍ଗସ ବ୍ୟୁରୋ: ଜୀବନ ନେଇପାରେ ଡିଜେ ସାଉଣ୍ଡ । ଡିଜେ ସାଉଣ୍ଡ ଏତେ ସାଙ୍ଘାତିକ ହୋଇଥିଲା ଯେ, ୧୫ ଜଣ ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଭସାଣୀରେ ଡିଜେକୁ ବିରୋଧ କରାଯିବା ସହ ଡିଜେ ମାଲିକ, ପୂଜା କମିଟି ନାଁରେ ଏତଲା । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର, ବ୍ରହ୍ମପୁର, ପୁରୁଷୋତ୍ତମପୂର, ମଳିକସାହି, ଘୋଡ଼ାଶାଳ, ବଜ୍ରବାଣ ପ୍ରମୁଖ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
ଭସାଣୀରେ ଡିଜେ ସାଉଣ୍ଡ ଦ୍ଵାରା ୧୫ରୁ ଉର୍ଦ୍ଧ୍ଵ ଶିଶୁ, ବୃଦ୍ଧବୃଦ୍ଧା ଏବଂ ହୃଦରୋଗୀ ଗୁରୁତର ହୋଇଛନ୍ତି । ପାଟକୁରା ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ପୁରୁଷୋତ୍ତମପୂରର ୫୫ ବର୍ଷୀୟ ପ୍ରମୋଦ କୁମାର କର ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଘରର ସଦସ୍ୟ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରମୋଦଙ୍କୁ ହାର୍ଟ ଆଟାକ ହୋଇଥିବା କହି ତୁରନ୍ତ ମେଡିସିନ, ଇଞ୍ଜେକ୍ସନ ଦେବା ସହ ଅକ୍ସିଜେନ ଦେଇଥିଲେ ।
ପ୍ରମୋଦ ଟିକେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ସେହିଭଳି ବ୍ରହ୍ମପୁରର ପାର୍ଥସାରଥୀ ରାଉତଙ୍କ ନବଜାତ ପୁଅ ଗୁରୁତର ହୋଇପଡ଼ିଥିଲେ । ଏହାଛଡା ରମେଶ ସ୍ଵାଇଁ, ହେମ ସାହୁ, ଉଷା ରାଉତ, ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ଡିଜେ ସାଉଣ୍ଡରେ ପ୍ରଭାବିତ ହୋଇ ପ୍ରାଥମିକ ଚିକିତ୍ସା ହୋଇ ଘରେ ଅଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରିବା ସହ କ୍ଷତି ହୋଇଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ଆଗାମୀ ଦିନରେ ଡିଜେ ପାଇଁ କୌଣସି ପ୍ରକାରର ଅନୁମତି ନଦେବାକୁ ଦାବି ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...