ଭିକ୍କି ମୋହାଲୀର ଗୋଟିଏ ମାର୍କେଟରୁ ବାହାରୁଥିବା ବେଳେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ଭିକ୍କିଙ୍କୁ ମାରିବା ପାଇଁ ୧୦ ରାଉଣ୍ଡ ଗୁଳି କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମାର୍କେଟରେ ଥିବା ଗୋଟିଏ ଜମି କନସଲଟାଣ୍ଟକୁ ଭେଟିବାକୁ ନିଜ ଏସୟୁଭିରେ ଭିକ୍କି ଆସିଥିଲେ । ସେ ସେଠାରେ କଥା ବର୍ତ୍ତା କରି ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଆକ୍ରମଣ କରିଥିଲେ। କିଛି ବୁଝିବା ଆଗରୁ ଆରମ୍ଭ ହୋଇଥିଲା ଗୁଳିମାଡ। ଏଥିରୁ ବର୍ତ୍ତିବା ପାଇଁ ଭିକ୍କି ଦୌଡ଼ିଥିଲେ। କିନ୍ତୁ ଗୁଳିମାଡରେ ମୃତ୍ୟୁବରଣ କରିଥିଲେ।
ଅକାଳୀ ଦଳର ଯୁବ ନେତା ଭିକ୍କି ଏକଦା ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ । ଯୁବଗୋଷ୍ଠୀଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ଅଧିକ ଥିବାରୁ ତାଙ୍କୁ ଅକାଳୀ ମୁଖ୍ୟ ସୁଖବୀର ସିଂହ ବାଦଲ ଚଣ୍ଡିଗଡ଼ ୟୁନିଟ ଯୁବ ସଂଗଠନର ସଭାପତି କରିଥିଲେ।
Youth Akali Dal leader Vicky Middukhera shot dead in Mohali
READ MORE:https://t.co/R4r0KyWilZ pic.twitter.com/QbxUX5V7eq — TOIChandigarh (@TOIChandigarh) August 7, 2021