ଯାହାଦ୍ୱାରା ଲୋକମାନଙ୍କୁ ନିରାପଦ ସ୍ଥାନ ଖୋଜିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ଏପରିକି ଖୁବ କମ ବେଗର ଅର୍ଥାତ 11 ହଜାର KMPHର ଭୂକମ୍ପ ତରଙ୍ଗକୁ ମଧ୍ୟ ଠାବ କରିପାରିବ ଏହି ସିଷ୍ଟମ । ଯାହା ଦ୍ୱାରା ଭୂକମ୍ପ କେନ୍ଦ୍ରିତ ସ୍ଥାନରୁ ଦୂରରେ ଥିବା ଲୋକମାନେ ମଧ୍ୟ ସତର୍କ ହୋଇପାରିବେ ଏବଂ ଜୀବନ ବଞ୍ଚାଇପାରିବେ ।
ଅର୍ଗସ ବ୍ୟୁରୋ: ଭାରତରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଭୂମିକମ୍ପ ୱାର୍ଣ୍ଣିଂ ସିଷ୍ଟମ । ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଭୂକମ୍ପ ଘଟିବା ମାତ୍ରେ ଯେଉଁ ଅଞ୍ଚଳରେ ଭୂକମ୍ପ ତରଙ୍ଗ ପହଞ୍ଚିବାର ସମ୍ଭାବନା ରହିଛି, ସେଠାରେ ଫୋନ ଦ୍ୱାରା ଆଲର୍ଟ ଜାରି କରାଯିବ ।

ଅର୍ଗସ ବ୍ୟୁରୋ : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାରେ ପୁଣି ବାଜି ମାରିନେଇଛନ୍ତି ଛାତ୍ରୀ । +2 କଳାରେ ପାସ୍ ହାର 78.88 ପ୍ରତିଶତ ଥିବାବେଳେ ଝିଅ ପାସ୍ ହାର 85.66 ପ୍ରତିଶତ ଓ ପୁଅ ପାସ୍ ହାର 70.43 ପ୍ରତିଶତ ରହିଛି। କଳାରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ପାସ୍ ହାର 84.97 ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର 70.74 ପ୍ରତିଶତ ରହିଛି । କଳାରେ ମୋଟ 1 ଲକ୍ଷ 81 ହଜାର 869 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ 32,782 ଜଣ, ଦ୍ଵିତୀୟ ଶ୍ରେଣୀରେ 32,461 ଜଣ ଓ ତୃତୀୟ ଶ୍ରେଣୀରେ 1 ଲକ୍ଷ 16 ହଜାର 179 ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ + ୨ କଳାରେ ପାସ ହାର ୮୨. ୧୦ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର ୮୭. ୪୫ ପ୍ରତିଶତ ଓ ପୁଅଙ୍କ ପାସ ହାର ୭୫. ୦୮ ପ୍ରତିଶତ ରହିଥିଲା।
ଅଧିକ ପଢନ୍ତୁ : ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ
ସେହିପରି ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର୍ 67.48 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ପୁଅଙ୍କ ପାସ୍ ହାର 64.23 ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳରେ ସର୍ବାଧିକ ପାସ୍ ହାର୍ 89.43 ପ୍ରତିଶତ ରହିଥିବାବେଳେ ଦେବଗଡ଼ର ସର୍ବନିମ୍ନ 39.47 ପ୍ରତିଶତ ପାସ୍ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ 3860 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ 2 ଲକ୍ଷ 33 ହଜାର 855 ଛାତ୍ରଛାତ୍ରୀ ଓ ଧନ୍ଦା ମୂଳକ ଶିକ୍ଷାରେ 5088 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ଅର୍ଗସ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି 6 ଦିନ । ହେଲେ ମୃତଦେହ ଚିହ୍ନଟ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସମ୍ପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ? ଭୁବନେଶ୍ବର ଏମ୍ସରେ ପରିବାର ଲୋକଙ୍କୁ ଚାଲିଛି ମୃତଦେହ ହସ୍ତାନ୍ତର । ଏମ୍ସରେ ୧୬୨ଟି ମରଶରୀର ଥିବା ବେଳେ ଫିଜିକାଲ ଭେରିଫିକେସନ ପରେ ଏମ୍ସ ପକ୍ଷରୁ ୮୦ଟି ମୃତଦେହ ହସ୍ତାନ୍ତର କରଯାଇଛି। ଆଉ ୮୨ଟି ମୃତଦେହକୁ ରଖାଯାଇଛି । 70ଟି ମୃତଦେହ କଣ୍ଟେନରରେ ଥିବା ବେଳେ ଆଉ 12ଟି AIIMSର ଶବଗୃହରେ ଅଛି।
ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ । କିଛି କ୍ଷେତ୍ରରେ ଗୋଟିଏ ଗୋଟିଏ ମୃତଦେହ ଲାଗି ଏକାଧିକ ଦାବିଦାର ବାହାରୁଛନ୍ତି । ଯେଉଁଥିପାଇଁ ଆରମ୍ଭ ହୋଇଛି ସମ୍ପର୍କୀୟଙ୍କର ଡିଏନଏ ନମୁନା ସଂଗ୍ରହ । ଭୁବନେଶ୍ବର ଏମ୍ସରେ ଏଯାଏଁ ୫୦ ଜଣଙ୍କ ଠାରୁ ଡିଏନଏ ସାମ୍ପଲ ସଂଗ୍ରହ କରାଯାଇଛି । ଯାହା ମଧ୍ୟରୁ ୨୯ଟି ସାମ୍ପଲକୁ ପରୀକ୍ଷଣ ପାଇଁ ଦିଲ୍ଲୀ ପଠାଯାଇଛି । ମୃତଶରୀର ଚିହ୍ନଟରେ ସମସ୍ୟା ସୃଷ୍ଟି ହେଲେ ଶେଷ ବିକଳ୍ପ ଡିଏନଏ ଟେଷ୍ଟ । ଶରୀର ଚୁଟି ଠାରୁ ନଖ ଯାଏଁ ଯେକୌଣସି ସ୍ଥାନରୁ ନମୁନା ନେଇ କରାଯାଇପାରିବ ଡିଏନଏ ଟେଷ୍ଟ । ଡିଏନଏ ଟେଷ୍ଟ ମାଧ୍ୟମରେ ଶତ ପ୍ରତିଶତ ପ୍ରମାଣିତ କରାଯାଇପାରିବ ।
ସେପଟେ ପରିବାର ଲୋକ ଗୋଟିଏ ମୃତଦେହ ଚିହ୍ନଟ କରୁଥିବା ବେଳେ ସେମାନଙ୍କୁ ଆଉ ଗୋଟିଏ ମୃତଦେହ ଦେଖାଯାଉଥିବାର ଅଭିଯୋଗ ହୋଇଛି । କଲିକତାରୁ ଆସିଥିବା ସବିଲା ମୂଲା କିଛି ଏଭଳି ଅଭିଯୋଗ କରିଛନ୍ତି । ସେ ମୁସଲିମ୍ ହୋଇଥିବା ବେଳେ ତାଙ୍କୁ ଜଣେ ହିନ୍ଦୁଙ୍କ ମୃତଦେହ ଦେଖାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।
ଆହୁରି ପଢନ୍ତୁ ଓଡିଶା ଖବର...

ଭୁବନେଶ୍ୱର: ଉଦଘାଟନ ହୋଇପାରିଲାନି "ଅଯନ୍ତା ସର୍କସ"। କଳାବୈଶାଖୀ ସାଜିଲା ବାଧକ । ଭାଙ୍ଗିରୁଜି ଚୁରମାର ହୋଇଗଲା ଟେଣ୍ଟ ହାଉସ । ସର୍କସ ଦେଖିବାକୁ ଆଗୁଆ ଟିକେଟ କାଟିଥିଲେ ଲୋକେ । ସର୍କସ ହେଇ ନ ପାରିବାରୁ ଟିକେଟ ପଇସା ଲୋକଙ୍କୁ ଫେରାଇ ଦିଆଯାଇଛି । ଜୋର ପବନର ପ୍ରଭାବରେ ନଷ୍ଟ ହୋଇଛି ସର୍କସ ସାମଗ୍ରୀ । ଆଗାମୀ 3 ରୁ 4 ଦିନରେ ପୁଣି ଆରମ୍ଭ ହେବ ବୋଲି କହିଛନ୍ତି ଅଯନ୍ତା ସର୍କସ ମ୍ୟାନେଜର ।
ଆଜି ସନ୍ଧ୍ୟା ୭.୧୫ ସମୟରେ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥାନ୍ତା ଏହି ଶୋ । ହେଲେ ସବୁ ପାଣି ଫାଟିଗଲା । ନାଇଜେରିଆ, ଆମେରିକାନ ଓ ୟୁଥୋପିଆମାନଙ୍କ କଳା କୌଶଳ ଦେଖାଇଥାନ୍ତେ । ସେଥିପାଇଁ ରାଜଧାନୀବାସୀ ମଧ୍ୟ ବେଶ ଉତ୍କଣ୍ଠାର ସହ ଚାହିଁ ବସିଥିଲେ । ହେଲେ ଟେଣ୍ଟ ଭାଙ୍ଗିଯିବା ପରେ ଲୋକେ ନିରାଶ ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
