ଅଧିକ ପଢନ୍ତୁ : ବୟସ କମାଇବା କହି ୩୫ କୋଟି ଲୁଟିନେଲେ ଦମ୍ପତି
ଏବଂ ତୁରନ୍ତ ଦରକାର ଥିବାରୁ ସେ ତା ପରଦିନ ହିଁ ସୁନା ନେବାକୁ କହିଥିଲେ । ଏବଂ କହିଥିଲେ ସିଜି ରୋଡରେ ଥିବା ଅଙ୍ଗଡିଆ ଫର୍ମ ନିକଟରେ ହିଁ ସେ ଟଙ୍କା ଦେଇ ସୁନା ନେଇଯିବେ ।
ବିଶ୍ବାସର ସହ ତା ପରଦିନ ମେହୁଲ ନିଜର ଏକ ଲୋକକୁ ୨ କିଲୋ ୧୦୦ ଗ୍ରାମର ସୁନା ଦେଇ ପଠାଇଥିଲେ । ସୁନା ନେବାପାଇଁ ସେଠାରେ ୩ ଜଣ ବ୍ୟକ୍ତି ଆଶିଥିଲେ । ଏବଂ ସେମାନଙ୍କ ମଧ୍ୟରୁ ଜଣେ ଟଙ୍କା ଗଣିବା ମେସିନ ମଧ୍ୟ ରଖିଥିଲେ । ସେମାନେ ନୋଟ ୧ କୋଟି ଦେବାପରେ ବାକି ୩୦ ଲକ୍ଷ ଅଫିସରେ ନେଇ ଦେଇଆଶିବାକୁ କହିଥିଲେ । ଏହାପରେ ସୁନା ନେଇ ସେମାନେ ଯିବାପରେ ଏହି ବ୍ୟକ୍ତି ଜଣକ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଟଙ୍କା ସବୁ ନକଲି ଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ଫଟୋ ସ୍ଥାନରେ ଅନୁପମ ଖେରଙ୍କ ଫଟୋ ଲାଗିଥିଲା, ଏବଂ ରିଜର୍ଭ ବ୍ୟାଙ୍କ ସ୍ଥାନରେ ରିସୋଲ ବ୍ୟଙ୍କ ଅଫ ଇଣ୍ଡିଆ ଲେଖା ଯାଇଥିଲା । ଏହାପରେ ବହୁତ ଖୋଜିବା ପରେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳିନଥିଲା । ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ନମ୍ବରରେ ଫୋନ କଲେ ମଧ୍ୟ ସେ ନମ୍ବର ସୁଇଚ ଅଫ ଥିଲା । ଯାହାକୁ ନେଇ ପୋଲିସରେ ଜଣାଇବା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି ।ସେପଟେ ଅନୁପମ ଖେର ମଧ୍ୟ ଏହାକୁ ନିନ୍ଦା କରିବା ସହ ନିଜ ଏକ୍ସ ଆକାଉଣ୍ଟରେ ଟୁଇଟ କରିଛନ୍ତି ।