ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ସେନାର ଯବାନମାନଙ୍କ ପ୍ରଭାବଶାଳୀ ଗୁଳି ବିନିମୟରେ ଆତଙ୍କବାଦୀ ଗୋଷ୍ଠୀ ପଛକୁ ହଟିଯାଇଥିଲା । ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଏବଂ ସେନାର ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ସେନା ସୂତ୍ରରୁ ପ୍ରକାଶ ଯେ, ଗୁଳି ବିନିମୟ ପରେ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୫ ତାରିଖ ସକାଳେ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଜଣାପଡ଼ିଥିଲା । ଏକ ଗୁପ୍ତ ସୂଚନା ପରେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ବାହିନୀ ଚ୍ୟାଲେଞ୍ଜ କରିଥିଲେ । ଏହାପରେ ଗୁଳି ବିନିମୟ ହୋଇଥିଲା ।