ଚଳିତ ବର୍ଷ ବହୁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ତେବେ ଭକ୍ତମାନଙ୍କ ପାଇଁ ବହୁ ମନ୍ଦିରରେ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମଧ୍ୟ ବୁଝି ସାରିଛନ୍ତି ଯେତେବେଳେ ପରିସ୍ଥିତି ଉତ୍କଟ ରହିବ ସେହି ସମୟରେ ଦର୍ଶନ ଓ ପୂଜାର ଉପାୟ ପରିବର୍ତ୍ତନ ହେବା ଜରୁରୀ। ଦେଶରେ ଦିଲ୍ଲୀରେ ଦ୍ଵାରିକା ଯାଏଁ ମଥୁରାରୁ ନୋଏଡା ଯାଏଁ କୃଷ୍ଣ ମନ୍ଦିର ଗୁଡ଼ିକୁ ବେଶ୍ ମନଲୋଭା କରି ସଜାଯାଇଛି।
ଇତିହାସରେ ପ୍ରଥମ ଥର ପାଇଁ ଦ୍ଵାରିକାଧୀଶ ମନ୍ଦିରରେ ଭକ୍ତଙ୍କୁ ଜନ୍ମାଷ୍ଟମୀ ଅବସରରେ ମନ୍ଦିରରେ ଦର୍ଶନ କରିବାକୁ କଟକଣା ଲଗାଯାଇଛି। ଦ୍ଵାରିକାଧୀଶ ମନ୍ଦିର ଟ୍ରଷ୍ଟ ଜରିଆରେ ଜନ୍ମାଷ୍ଟମୀ ପର୍ବର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି।
ଭଗବାନ କୃଷ୍ଣଙ୍କ ଜନ୍ମଦିବସ ପ୍ରତି ବର୍ଷ ଭାଦ୍ରବପଦ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡେ। ଏହି ଦିନ ଭଗବାନ କୃଷ୍ଣଙ୍କ ଜନ୍ମ ହୋଇଥିଲା। ଭାଦ୍ରବପଦ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଭଗବାନ ବଳଭଦ୍ରଙ୍କ ଜନ୍ମ ହୋଇଥିଲା। ଶ୍ରୀମଦଭାଗବତ ଗୀତାରେ ଉଲ୍ଲେଖ ରହିଛି ଯେ, ଭଗବାନ କୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା।