ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନେତା ଚୟନ କରାଯିବା ସଂପର୍କରେ ସେ ଉପରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ଆତିଶୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ଅପରାହ୍ଣରେ ସେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ବାସଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ସହ ଆପ ନେତ୍ରୀ ଅତିସୀ ମାର୍ଲେନାଙ୍କୁ ବିଧାୟକଙ୍କ ସମର୍ଥନ ସଂପର୍କିତ ପତ୍ର ବି କେଜ୍ରିଓ୍ବାଲ ପ୍ରଦାନ କରିଛନ୍ତି ।
ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନେତା ଚୟନ କରାଯିବା ସଂପର୍କରେ ସେ ଉପରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ଆତିଶୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍ରେ ଟସ୍ ହାରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ କହିଛନ୍ତି।
ପ୍ରଥମେ ବୋଲିଂ କରିଥାନ୍ତେ। ପିଚରେ ଆର୍ଦ୍ରତା ଅଛି, ଯାହା ବ୍ୟାଟିଂ ସ୍ଥିତିକୁ ଚ୍ୟାଲେଞ୍ଜ କରିବ। ତଥାପି, ଆମେ ଭଲ ପ୍ରସ୍ତୁତି କରିଛୁ। ଦଳର ଦକ୍ଷତା ଉପରେ ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି।
ଆମେ କିପରି ଖେଳିବୁ ତାହା ଆମକୁ ଜଣା। ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ ଆହୁରି ପ୍ରକାଶ କରି କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ୧୦ଟି ମ୍ୟାଚ ଖେଳିବାକୁ ପଡିବ। ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମ ସାମ୍ନାରେ କଣ ଅଛି ତାହା ଉପରେ ଧ୍ୟାନ ଦେବାକୁ ପଡିବ ।
ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ସେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛନ୍ତି କାରଣ ୱିକେଟ୍ରେ ଆର୍ଦ୍ରତା ଅଛି ଏବଂ ସେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି।
ଟିମ୍ ଇଣ୍ଡିଆ ସ୍କ୍ବାଡ୍: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଆକାଶ ଦୀପ ଏବଂ ମହମ୍ମଦ ସିରାଜ।
ବାଂଲାଦେଶ ସ୍କ୍ବାଡ୍: ଶାଦମାନ ଇସଲାମ, ଜାକିର ହାସନ, ନାଜମୁଲ ହୁସେନ ଶାନ୍ତୋ (ଅଧିନାୟକ), ମୋମିନୁଲ ହକ, ମୁଶଫିକୁର ରହୀମ, ଶାକିବ ଅଲ ହାସନ, ଲିଟନ ଦାସ (ୱିକେଟ୍ କିପର), ମେହେନ୍ଦି ହାସନ ମିରାଜ, ତସ୍କିନ୍ ଅହମ୍ମଦ, ହାସନ ମହମୁଦ ଏବଂ ନାହିଦ ରାଣା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ କୁ ଆସିବେ ମୋହନ ମାଝୀ । ଲୋୟର ପିଏମ୍ଜିରୁ ରାଜପଥ ଅଥବା ଏଜିରୁ ରାଜଭବନ ଭବନ ରାସ୍ତାକୁ ଉଠି ଆସିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା ।
ଅଭିଯୋଗ ପ୍ରକୋଷ୍ଠ ପାଖରେ ଭିଆଇଆଇଆଇଏମ୍ ଆର୍- ୩ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳାରେ ରହିବେ ମୋହନ ମାଝୀ । ଏଥି ପାଇଁ ଯୁଦ୍ଧକାଳୀନ ଭିଭିରେ ନବୀକରଣ କାମ ଚାଲିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ପାଇପଲାଇନରେ ଅଛି। ଅବସର ପରେ ବି ଅଧ୍ୟାପକମାନେ ମେଡିକାଲ କଲେଜରେ ପାଠ ପଢ଼ାଇବେ ।
ଅଧିକ ପଢନ୍ତୁ ଓଡିଶା ଖବର
ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ବି ପାଠ ପଢାଇବେ। ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।