ଅଧିକ ପଢନ୍ତୁ ଦେଶ ଖବର
ସବୁଠାରୁ ବଡ଼ ଅଭିଯୋଗ ହେଲା ଆଇଏସଆଇ ସହ ଅମ୍ରିତପାଲର ସମ୍ପର୍କ, ଏବଂ ଦେଶ ବିରୋଧରେ ଷଡ଼ଯନ୍ତ୍ର। ସେପଟେ ଅମ୍ରିତପାଲର ୭୮ ଜଣ ସହଯୋଗୀଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅମ୍ରିତପାଲର ୨ଟି କାର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ସୋହଯୋଗୀଙ୍କ ମଧ୍ୟରେ ଅମ୍ରିତପାଲର କିଛି ଖାସ୍ ଲୋକ ମଧ୍ୟ ରହିଛନ୍ତି। ୪ ଜଣ ଅଭିଯୁକ୍ତଙ୍କୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସାମ ଡିବ୍ରୁଗଡ଼ର ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ପଞ୍ଜାବ ସରକାର ଅତି ସହଜରେ ଅମ୍ରିତପାଲକୁ ଗିରଫ କରିପାରିଥାନ୍ତେ ହେଲେ ଦେଶବାସୀଙ୍କ ଆଗରେ ସୋ-ଅଫ୍ କରିବାରେ ବ୍ୟସ୍ତ ବୋଲି କହିଛନ୍ତି ବିଜେପି ନେତା ସୁନିଲ ଜାକଡ଼।