ବାଟରେ ଯିଏ ଦେଖୁଛି ସିଏ କହୁଛି ବାଃ ଭଲପାଇବ ତ ଏମିତି । ଏ କାହାଣୀ ଜଣେ ରାମଭକ୍ତର, ଏ କାହାଣୀ ଜଣେ ପ୍ରେମିକର । ଏ କାହାଣୀ ବିହାର କଟିହାରର ରୋଶନ କୁମାରଙ୍କର । ରୋଶନ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ରାମଙ୍କ ପାଖରେ ମାନସିକ କରିଥିଲେ ଯେ ଯଦି ପ୍ରେମ ପୂରଣ ହୁଏ କଟିହାରରୁ ଅଯୋଧ୍ୟା ୯୦୦ କିମି ପାଦରେ ଚାଲି ରାମଙ୍କ ଦର୍ଶନ କରିବେ ।
ଅଧିକ ପଢନ୍ତୁ ଭାରତ ଖବର
ରାମ ତାଙ୍କ ଭକ୍ତଙ୍କ ପ୍ରେମରେ ବିବାହର ମୋହର ମାରିବା ପରେ ଏବେ ଭକ୍ତ ଚାଲୁଛି ୯୦୦ କିମି ବାଟ । କଟିହାରରୁ ବାହାରିଥିବା ଏହି ପ୍ରେମୀ ଯୁଗଳ ଉତ୍ତରପ୍ରଦେଶର ବଲିଆରେ ପହଞ୍ଚିସାରିଛନ୍ତି । ବିଭିନ୍ନ ସ୍ଥାନରେ ଏମାନଙ୍କୁ ସ୍ବାଗତ କରାଯିବା ସହ ଗନ୍ତବ୍ୟସ୍ଥଳ ଯାଏଁ ପହଞ୍ଚିବାକୁ ମନରେ ଜୋଶ ଭରୁଛନ୍ତି ଅଚିହ୍ନା ଆପଣାର କିଛି ଲୋକ ।