୧୫ ଦିନ ଧରି ପାଳନ କରାଯିବାକୁ ଥିବା ସେବାପକ୍ଷ ପାଳନ ଅବସରରେ ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରାଯିବା ସହିତ ବିଭିନ୍ନ ସେବାମୁଳକ କାର୍ଯ୍ୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ, ପ୍ରଦର୍ଶନୀମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ଆସନ୍ତା ୧୭ ଓ ୧୮ ତାରିଖ ଦିନ ଯୁବମୋର୍ଚ୍ଚା ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ କରାଯିବ । ମୋଦିଜୀଙ୍କ ବ୍ୟକ୍ତିତ୍ୱ, ଦୂରଦୃଷ୍ଟି, ନୀତି ଓ ଉପଲବ୍ଧିକୁ ନେଇ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ବୁଦ୍ଧିଜୀବି ପ୍ରକୋଷ୍ଟ ତରଫରୁ “ବୁଦ୍ଧିଜୀବି ସମ୍ମିଳନୀ” ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର; ସେପ୍ଟେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ବୃକ୍ଷରୋପଣ ଓ ଜଲ ସଂରକ୍ଷଣ; ସେପ୍ଟେମ୍ବର ୨୩ ଓ ୨୪ ସ୍ୱଚ୍ଛତା ଅଭିଯାନ କରାଯିବ । ‘ସେବାପକ୍ଷ’ ଅବସରରେ ପଣ୍ଡିତ ଦୀନଦୟାଲ ଜୟନ୍ତୀ ମଧ୍ୟ ପାଳିତ ହେବ । ଏହି ଅବସରରେ ୨୫ ତାରିଖ ଦିନ ମନ୍ କି ବାତ୍; ସେପ୍ଟେମ୍ବର ୨୬ ରୁ ୨୮ ଟୀକାକରଣ ଅଭିଯାନ; ଅକ୍ଟୋବର ୧ ତାରିଖ ଦିନ ‘ବିବିଧତାରେ ଏକତା ଦିବସ’ ପାଳନ ଅବସରରେ ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’ ବାର୍ତାକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ । ‘ସେବାପକ୍ଷ’ର ଅନ୍ତିମ ଦିନ ଅକ୍ଟୋବର ୨ ତାରିଖ ଦିନ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯିବା ସହିତ ବାପୁଙ୍କ ସିଦ୍ଧାନ୍ତ, ସ୍ୱଦେଶୀ, ଖଦୀ, ସ୍ୱାବଲମ୍ବନ, ସରଳତା ଏବଂ ସ୍ୱଚ୍ଛତା ସଂପର୍କରେ ସମସ୍ତଙ୍କୁ ଜାଗରଣ କରିବା ପାଇଁ ଅଭିଯାନ କରାଯିବ । ‘ଆତ୍ମନିର୍ଭର’ କାର୍ଯ୍ୟକ୍ରମକୁ ‘ଭୋକାଲ୍ ଫର୍ ଲୋକାଲ୍’ ମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ ।
ଏହି ସେବାପକ୍ଷକୁ ରାଜ୍ୟରେ ସଫଳ କ୍ରିୟାନ୍ୱୟନ ପାଇଁ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କୁ ରାଜ୍ୟ ସଂଯୋଜକ କରାଯାଇଥିବାବେଳେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦକ ସୀମାଚଂଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କୁ ବିଭିନ୍ନ ଜିଲ୍ଲା ଦାୟୀତ୍ୱ ପ୍ରଦାନ କରାଯାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।