ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ଏହି ମିଳିବ ମାଗଣା ଏଲ୍ପିଜି ସିଲିଣ୍ଡର। ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ବିଜେପି 21 ଲକ୍ଷ ପକ୍କା ଘର ଏବଂ ଯୁବକମାନଙ୍କ ପାଇଁ 2000 ଟଙ୍କା ଷ୍ଟାଇପେଣ୍ଡ ପ୍ରତିଶୃତି ଦେଇଛି । ଏହା ସହ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା ହୋଇଛି । ବେକାରୀ ସମସ୍ୟାକୁ ମୁକାବିଲା କରିବା ପାଇଁ 2 ଲକ୍ଷ 87 ହଜାର ସରକାରୀ ଚାକିରି ସୃଷ୍ଟି ଏବଂ 5 ଲକ୍ଷ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଛି।
ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର ଏବଂ ପ୍ରୋତ୍ସାହନ ପାଇଁ ସିଦ୍ଧୋ-କାନହୋ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଏହା ସହ ରାଜ୍ୟରେ UCC ଲାଗୁ ନେଇ ମଧ୍ୟ ସଂକଳ୍ପ ପତ୍ରରେ ଘୋଷଣା କରାଯାଇଛି । ବିଜେପି ସରକାର ଗଠନ ହେବା ପରେ ଅନୁପ୍ରବେଶକୁ ରୋକିବା ଏବଂ ଅଧିକୃତ ଜମି ପୁନରୁଦ୍ଧାର ପାଇଁ କଡା ଆଇନ ପ୍ରଣୟନ କରାଯିବ।