ଗୁରୁବାର ବିଳମ୍ବିତ ରାତିରେ ଶେଷ ହେଲା କୋର୍ କମିଟି ବୈଠକ। ଶାହ ଓ ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ନେତାଙ୍କ ସହ ତନ୍ନତନ୍ନ କରି ହୋଇଛି ମାନସମନ୍ଥନ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଜି ଆସିପାରେ ବିଜେପିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଓଡ଼ିଶାର ତିନି ବଳକା ଲୋକସଭା ଆସନ ସମେତ 147 ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ।
ଗୁରୁବାର ବିଳମ୍ବିତ ରାତିରେ ଶେଷ ହେଲା କୋର୍ କମିଟି ବୈଠକ। ଶାହ ଓ ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ନେତାଙ୍କ ସହ ତନ୍ନତନ୍ନ କରି ହୋଇଛି ମାନସମନ୍ଥନ।
ଅଧିକ ପଢ଼ନ୍ତୁ ଭାରତ ଖବର
ବାଲେଶ୍ବର : ଚାକିରି ନାଁରେ ଠକେଇ। ଚାକିରି ସହ ଲାଇସେନ୍ସ କରାଇବା ନାଁରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାଲେଶ୍ବର ସୋର ଅଞ୍ଚଳର ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ରମେଶ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁ ରେ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଛି।
ଅଧିକ ପଢନ୍ତୁ : ନିଜକୁ ଇଡି କହି ଶହ ଶହ ଲୋକଙ୍କ ଠୁ ଠକି ନେଲେ ଟଙ୍କା
ସେହିପରି ୨୦୧୫ ରେ ଶୁଶାନ୍ତ କୁମାର ଦାସଙ୍କଠାରୁ କିରୋସିନ ଡିଲର ଶିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିଲା ରମେଶ। ଉଭୟ ମାମଲାରେ ପୋଲିସ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଅଛି।