ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଇକ୍ ରାଲିରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ କରସିଙ୍ଗ ଛକଠୁ ବିଶାଳ ବାଇକ ଶୋଭାଯାତ୍ରା କରିଥିଲେ । ଏହି ରାଲି ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ଠାରେ ପହଁଚିଥିଲା । ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।
ଏଥିରେ ଭାଜପାର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେପଟେ କିଛି ଘଣ୍ଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ବର : ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 2 ମୃତ । ରାସ୍ତା ପାର ହେଉଥିବା ସମୟରେ ଦ୍ରୁତ ଗତିରେ ଆସି ମହିଳାଙ୍କୁ ପିଟିଲା ଟ୍ରକ । ଘଟଣାସ୍ଥଳରେ 2ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ଘଟାଇ ଗାଡି ଫେରାର ହୋଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି । ନାବାଳିକାଙ୍କ କିଛି ପୁରୁଷ ବନ୍ଧୁ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କରେ କିଛି ନିଶା ପଦାର୍ଥ ଦେଇ ଦୁଷ୍କର୍ମ କରିଥିବା ସୂଚନା ରହିଛି।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ୩ ଦିନ ତଳେ ଏହି ଛାତ୍ରୀ ଜଣକ ତାଙ୍କ ସହପାଠୀ ବନ୍ଧୁଙ୍କ ଘରକୁ ପଢିବାକୁ ଯାଇଥିବା ସୂଚନା ରହିଛି । ତେବେ ୩ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣାର ବାରାକ ହେଲିପ୍ୟାଡରେ ପହଞ୍ଚିବେ । ଲାଲବାହାଦୁର ଷ୍ଟାଡିଅମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ଏହାପରେ ରାୟଗଡ଼ା ଜେଏସକୋ ପଡିଆରେ ଆୟୋଜିତ ଜନସଭାରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ରାଜନାଥ ସିଂଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଅଧିକ ପଢନ୍ତୁ : ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
ସେହିପରି ୯ରେ ଓଡିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ୯ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ ।