ଓଡ଼ିଶାର ରାଜ ପରିବାର
ଦୁଇ ଦଶନ୍ଧି ହେବ ଓଡ଼ିଶାରେ ବିଜେଡି ସରକାର ଅଛି। ବିଜେପି ଏଠାରେ ରାଜପରିବାରର ୨ଜଣ ସଦସ୍ୟ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ମାଳବିକା କେଶରୀ ସିଂଦେଓଙ୍କୁ ପ୍ରାର୍ଥୀ କରିଛି। ସଙ୍ଗୀତା ପାଟଣାଗଡ଼ ବଲାଙ୍ଗୀର ଏବଂ ମାଳବିକା କଳାହାଣ୍ଡି ରାଜପରିବାରର।
ସେହିପରି ରାଜସ୍ଥାନ ରାଜପରିବାରର ଦୁଇଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବିଜେପି ନିକଟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅଙ୍କୁ ଟିକେଟ ଦେଇଛି। ବସୁନ୍ଧରା ଗ୍ବାଲିୟରର ପୂର୍ବତନ ସିନ୍ଧିଆ ରାଜପରିବାରର ସଦସ୍ୟ ହୋଇଥିବାବେଳେ ସେ ବହୁଦିନରୁ ରାଜନୀତି ସହ ସମ୍ପୃକ୍ତ। ସେହିପରି ମଧ୍ୟପ୍ରଦେଶରୁ ବି ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ତ୍ରିପୁରାରୁ ବି ରାଜପରିବାରର ସଦସ୍ୟଙ୍କୁ ବିଜେପି ଟିକେଟ ଦେଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର