ଘର
ଭାରତ
ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ
by Smruti Parija
ଅର୍ଗସ ବ୍ୟୁରୋ: ସାଇବର ଅପରାଧ ରୋକ୍ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ୬୬୯ ହଜାର ସିମ୍ କାର୍ଡ଼ ଏବଂ ୧ଲକ୍ଷ ୩୨ ହଜାର ଟି ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ ବା IMEI ନମ୍ବରକୁ ସରକାର ବନ୍ଦ କରିଛନ୍ତି। ଏହି ପଦକ୍ଷେପ ସାଇବର ଅପରାଧ ପ୍ରତିରୋଧ ପାଇଁ ନିଆଯାଇଛି ।
ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢୁଥିବା ବେଳେ ଫେକ୍ ଫୋନ୍ ନମ୍ବର କୁ ବନ୍ଦ କରିବା ପାଇଁ ସରକାର କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛନ୍ତି । ଏହି ବନ୍ଦ କରାଯାଇଥିବା ସିମ୍ କାର୍ଡ଼ ଏବଂ IMEI ନମ୍ବର ପୁଲିସ କର୍ତ୍ତୃପକ୍ଷ ତରଫରୁ ରିପୋର୍ଟ କରାଯାଇଥିଲା । ଏହି ପଦକ୍ଷେପ ଫଳରେ ଅନେକ ସାଇବର ଅପରାଧ ରୋକା ଯାଇପାରିଛି ।