ନୂଆଦିଲ୍ଳୀ: ଉତ୍ତର ଭାରତର ଅଧିକାଂଶ ଭାଗରେ ଶୀତଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ରବିବାର ଦିନ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର କିଛି ଭାଗରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ସହିତ ଶୀତ ଲହରୀ ଲାଗି ରହିବ । ଏନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏଥିସହିତ ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବରଫ ବର୍ଷାର ସମ୍ଭାବନା ରହିଛି, ଯାହାଦ୍ୱାରା ସେଠାରେ ଥଣ୍ଡାର ପ୍ରକୋପ ବଢିବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଇଏମଡି ସୂଚନାନୁଯାୟୀ, ଉତ୍ତରପ୍ରଦେଶ ଓ ଉତ୍ତରୀ ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଘନ କୁହୁଡି ଜାରି ରହିବ । ଯାହାଦ୍ୱାରା କମ୍ ଦୃଶ୍ୟମାନ ହେବ । ଏଥିପାଇଁ ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସେହିପରି ଆସାମ, ମେଘାଳୟ, ନାଗାଲାଣ୍ଡ, ପୂର୍ବ ରାଜସ୍ଥାନ, ମିଜୋରାମ୍, ତ୍ରିପୁରା, ପଶ୍ଚିମ ବଙ୍ଗାଳ ଓ ଓଡିଶାରେ ହାଲ୍କା କୁହୁଡି ଜାରି ରହିବ ।

