ପ୍ରେସ କରଫେରନ୍ସିଂ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଶଶି ଥରୁର ଭାରତକୁ ପରିହାସ କରିଛନ୍ତି, ଭାରତକୁ ବହୁତ ଖରାପ ଦୃଷ୍ଟିକୋଣରେ ଦେଖାଇବାକୁ ଏହା ହୀନ ପ୍ରୟାସ, ଚିର ଶତ୍ରୁ ପାକିସ୍ତାନରେ ନିଜ ଦେଶକୁ ଶଶି କିଭଳି ପରିହାସ କରିପାରିଲେ ବୋଲି ସେ କହିଛନ୍ତି। ଏଥିସହିତ ସମ୍ବିତ କହିଛନ୍ତି ଯେ ମୋଦି ସରକାର ୧୫୦ ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବିତରଣ କରିଛନ୍ତି। ଏସବୁ ସତ୍ତ୍ଵେ ପାକରେ ଲାହୋରରେ ଭାରତ ବିରୋଧୀ ସ୍ଵର କଂଗ୍ରେସ ନେତା କିଭଳି ଦେଇପାରିଲେ, ଏହା ହିଁ ଦର୍ଶାଇଛି କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କ ବନ୍ଧୁ ଶଶି ଥରୁର କେଉଁ ପ୍ରକାରର ମାନସିକତା ରହିଛି ବୋଲି ସମ୍ବିତ ପାତ୍ର କହିଛନ୍ତି।
ଶତ୍ରୁ ମାଟିରେ ମା'କୁ ଅସମ୍ମାନ, ଲାହୋରରେ ନିଜ ଦେଶକୁ ଲଜ୍ଜିତ କରିବାକୁ ପଛାଇଲେ ନାହିଁ କଂଗ୍ରେସ ନେତା ଶଶି ଥରୁର୍
ଅର୍ଗସ ବ୍ୟୁରୋ: ଶତ୍ରୁ ମାଟିରେ ମାଙ୍କୁ ଅସମ୍ମାନ । ଏକ ପାକିସ୍ତାନୀ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଶଶି ଥରୁର ଏବେ ବିବାଦରେ ଫସିଛନ୍ତି। ଶଶି, କାର୍ଯ୍ୟକ୍ରମରେ ଭାରତର ମୁସଲମାନମାନଙ୍କ ପ୍ରତି ଭେଦଭାବକୁ ନ୍ୟାୟ ଦେବା ପାଇଁ ତବଲିଗି ଜାମାତ ଘଟଣାକୁ ଉତଥାପନ କରିଥିଲେ । ଏଥିସହିତ ସରକାରଙ୍କ କୋଭିଡ ପରିଚାଳନା ଏବଂ ଦେଶରେ ସଂଖ୍ୟାଲଘୁଙ୍କ ପ୍ରସଂଗରେ ବିବାଦୀୟ ବୟାନ ଦେଇଥିଲେ । ଯାହା ବିଜେପି ଅଭିଯୋଗ ଲଗାଇଛି ।.ଭିଡିଓ କନଫରେନ୍ସିଂ ଜରିଆରେ ଲାହୋରରେ ଆୟୋଜିତ ଥିଙ୍କ୍ ଟ୍ୟାଙ୍କ୍ ଭିସିରେ ସାମିଲ ହୋଇ ଥରୁର ବିବଦୀୟ ବୟାନ୍ ଦେଇଛନ୍ତି । ଯାହାକୁ ନେଇ ଏବେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛି ବିଜେପି।
Download Argus News App
