ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ଭାରତରେ ହୁ ହୁ ହୋଇ ମାଡ଼ି ଚାଲିଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ହଜାର 3ରେ ପହଁଚିଲାଣି। ସେମାନଙ୍କ ମଧ୍ୟରୁ 2 ହଜାର 549ଜଣ ମୃତ୍ୟୁବରଣ କଲେଣି। ଦେଖିବାକୁ ଗଲେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନା ନେଇଛି 134 ଜଣଙ୍କ ଜୀବନ। ତେବେ ଦେଶରେ 49 ହଜାର 219 ଜଣ ଚିକିତ୍ସାଧୀନ ଥିବା ବେଳେ 26 ହଜାର 234 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ସେପଟେ ମହାରାଷ୍ଟ୍ରରେ ସର୍ବାଧିକ 25 ହଜାର 922 ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 975 ଜଣ ମୃତ୍ୟୁବରଣ କଲେଣି। ସେହିପରି ଗୁଜୁରାଟରେ 566, ମଧ୍ୟପ୍ରଦେଶରେ 232, ପଶ୍ଚିମବଙ୍ଗରେ 207, ରାଜସ୍ଥାନରେ 121, ଦିଲ୍ଲୀରେ 106 ଓ ତାମିଲନାଡୁରେ 64 ଜଣଙ୍କ ଜୀବନ ନେଲାଣି କୋରୋନା।
