ଅଧିକ ପଢନ୍ତୁ : ଡରାଇଲାଣି ଏଚ୩ଏନ୨ ଭାଇରସ୍
କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ବୁଧବାର ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ଚିଠି ଲେଖି ପରୀକ୍ଷା, ଚିକିତ୍ସା, ଟ୍ରାକିଂ ଏବଂ ଟିକାକରଣ ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି। ଗୁରୁବାର ସକାଳେ ଅପଡେଟ୍ ହୋଇଥିବା କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ୪ ମାସର ବ୍ୟବଧାନ ପରେ ଗୋଟିଏ ଦିନରେ ୭୦୦ରୁ ଅଧିକ କୋଭିଡ୍ ମାମଲା ରେକର୍ଡ କରାଯାଇଛି। ଫଳରେ ସକ୍ରିୟ ମାମଲା ସଂଖ୍ୟା ୪,୬୨୩କୁ ବୃଦ୍ଧି ପାଇଛି।