ଘର
ଭାରତ
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ
by Smruti Parija
ଅର୍ଗସ ବ୍ୟୁରୋ: ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ଯୋଗୀ ଆଦିତ୍ୟନାଥଙ୍କୁ ଆସିଛି ହତ୍ୟା ଧମକ । ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅ, ନହେଲେ ବାବା ସିଦ୍ଦିକିଙ୍କ ଭଳି ତାଙ୍କୁ ବି ହତ୍ୟା କରାଯିବ । ମୁମ୍ବାଇ ପୋଲିସକୁ ଆସିଛି ଏ ଧମକପୂର୍ଣ୍ଣ ମେସେଜ । ଶନିବାର ସଂଧ୍ୟା ସମୟରେ ମୁମ୍ବାଇ ପୋଲିସକୁ ଏ ମେସେଜ ହସ୍ତଗତ ହୋଇଥିଲା ।
ମୁମ୍ବାଇ ପୋଲିସ ଉତ୍ତରପ୍ରଦେଶ ପୋଲିସକୁ ଏନେଇ ଅବଗତ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି । ତେବେ କିଏ ଓ କାହିଁକି ଏ ମେସେଜ କରିଛି ତାକୁ ନେଇ ଜୋରଦାର ଖୋଳତାଡ଼ କରୁଛି ପୋଲିସ । ମେସେଜ କେଉଁ ଲୋକେସନରୁ ଆସିଛି ସେନେଇ ତଦନ୍ତ ଚାଲିଛି । ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକି ଆସିଛି ।