କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ 'ଖେଲା ହୋବେ’ ମମତା ବାନାର୍ଜୀଙ୍କ ପାଇଁ କେବେ ବି ରାଜନୈତିକ ପ୍ରଚାର ନଥିଲା ବରଂ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପରେ ଟିଏମସି କ୍ୟାଡରଙ୍କ ଅସଭ୍ୟ, ନିର୍ଦୟୀ ଓ ଆକ୍ରମଣାତ୍ମକ ହିଂସାର ନାରା ଥିଲା ।
ସେକୁଲାର ତଥା ବୁଦ୍ଧିଜୀବିର ବୃହତ ବର୍ଗଙ୍କ ଏଜେଣ୍ଡା ସହିତ ଖାପ ଖାଉନଥିବାରୁ ସେମାନେ ଏହି ଦୃଶ୍ୟ ଦେଖିବା ଆଖି ବୁଜିଦେବା ବଳି ଛଳନା ତକରୁଛନ୍ତି । ତଥାକଥିତ ଆତ୍ମଚିନ୍ତନ କରୁଥିବା ବ୍ୟକ୍ତିମାନେ ପଶ୍ଚିମବଙ୍ଗ ହିଂସାକୁ ମମତା ଦିଦିଙ୍କ ଦ୍ୱାରା ବିପର୍ଯ୍ୟୟ ବୋଲି କହିବାର ସାହାସ ରଖିବେ କି ?
ବିଜୟକୁ ଦର୍ଶାଇବା ପାଇଁ ହିଂସା, ପୋଡ଼ାଜଳା କରିବା ଏବଂ ନାରୀ ମାନଙ୍କ ପ୍ରତି ଶାରୀରିକ ନିର୍ଯ୍ୟାତନା ଓ ଅସଦାଚରଣ ବଙ୍ଗୀୟ ଗୌରବ ପ୍ରତି ବଡ଼ ଅପମାନ ।
ସୂଚନାଯୋଗ୍ୟ, ଆଜିଠୁ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା। ବଙ୍ଗଳାରେ ଟିଏମସିର ହିଂସାର ବାସ୍ତବତାକୁ ଆକଳନ କରିବେ ନଡ୍ଡା। ହିଂସା ଦ୍ୱାରା ପ୍ରଭାବିତ କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାରକୁ ଭେଟିବେ ଏବଂ ଗଣତାନ୍ତ୍ରିକ ହିଂସାକୁ ବିରୋଧ କରିବେ। ନିର୍ବାଚନ ଫଳ ଆସିବା ପରେ ଟିଏମସି କର୍ଯ୍ୟକର୍ତା ରକ୍ତ ମୁଖା ହୋଇଛନ୍ତି ।
'ଖେଲ ହୋବେ’ @MamataOfficial ଙ୍କ ପାଇଁ କେବେ ବି ରାଜନୈତିକ ପ୍ରଚାର ନଥିଲା ବରଂ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପରେ ଟିଏମସି କ୍ୟାଡରଙ୍କ ଅସଭ୍ୟ, ନିର୍ଦୟୀ ଓ ଆକ୍ରମଣାତ୍ମକ ହିଂସାର ନାରା ଥିଲା । pic.twitter.com/tcAtPIENUt — Dharmendra Pradhan (@dpradhanbjp) May 4, 2021