ପ୍ରାୟ 234 କିଲୋମିଟର ଏହି ଯାତ୍ରା ହେବ । ଆଜି ମୁଁ ମେହସାନା ଏବଂ ଆରାଭାଲୀ ଜିଲ୍ଲାର 9 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସାଧାରଣ ଲୋକ, କୃଷକ ଭାଇ, ମା ଏବଂ ଭଉଣୀ, ଯୁବକ ଏବଂ ବରିଷ୍ଠ ନାଗରିକଙ୍କୁ ଭେଟିବାର ସୁଯୋଗ ପାଇଲି ବୋଲି ଟ୍ୱିଟ୍ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।ଆସନ୍ତୁ ହୃଦୟକୁ ହୃଦୟକୁ ସହ ଯୋଡିବା । ଏକ ବିକଶିତ ନୂତନ ଭାରତ ଗଠନ କରିବା । ମୋଦୀ ଜୀଙ୍କର ସେବା ଏବଂ ଉତ୍ତମ ଶାସନର ସଂକଳ୍ପକୁ ପ୍ରତି ଘରେ ପହଞ୍ଚାଇବା ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଏହା ପୂର୍ବରୁ ଗୁଜୁରାଟରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଗଡ଼ ବଞ୍ଚାଇବାରେ ସକ୍ଷମ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆମ୍ ଆଦମୀ ପାର୍ଟି ଉପରେ ମଧ୍ୟ ଧୁମ୍ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆପ ର ଦିଲ୍ଲୀ ମଡେଲ୍ କେବଳ ଲୋକଦେଖାଣିଆ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଅନ୍ୟପଟେ ଲୋକଙ୍କୁ ଯୋଡିବା ପାଇଁ `ଗୁଜରାଟ ଗୌରବ ଯାତ୍ରା' କରାଯାଉଛି । 9 ଦିନିଆ ଏହି ଯାତ୍ରା ରାଜ୍ୟର 182ଟି ବିଧାନସଭା ଆସନ ମଧ୍ୟରୁ 144 ଟି ଆସନ ଦେଇ ଯିବ। 5 ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏହି ଯାତ୍ରା ।
ରାଜନୀତି ଖବର ଆହୁରି ପଢନ୍ତୁ ।
लगभग 234 किमी और दिनभर की मेरी आज की यात्रा में मेहसाणा और अरावली ज़िले के 9 विधानसभा क्षेत्रों के आम-जन, किसान भाइयों, माताओं-बहनों, युवाओं एवं वरिष्ठ नागरिकों से रूबरू होने का अवसर मिलेगा।
मेहसाणा और अरावली के लोगों के साथ जुड़ने के लिए उत्साहित हूँ। #GujaratGauravYatra pic.twitter.com/XmMUoR86BI — Dharmendra Pradhan (@dpradhanbjp) October 13, 2022