ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଗଲେ ସୋନିଆ ଗାନ୍ଧୀ
ନିୟମରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି । ଭାରତୀୟ ସମ୍ବିଧାନରେ କାହାର ଜାତିକୁ ନେଇ ଗାଳି କରିବାର ଅଧିକାର ନାହିଁ । ଗରିବ, ଦଳିତଙ୍କୁ ନିଚ ଦେଖୁଥିଲେ । ଯାହା ଅନୁଚିତ୍ । ନ୍ୟାୟାପାଳିକ ସେହି ମାନସିକାତୁ ନେଇ ରାୟ ଶୁଣାଇଛନ୍ତି । ସମସ୍ତଙ୍କୁ ଜଣା ଅଛି ଭାରତର ଜନପ୍ରତିନିଧି କୌଣସି ବି ସଦସ୍ୟକୁ ସଜ୍ଜା ହୁଏ ତେବେ ତାହାର ସଦସ୍ୟତା ପଳାଏ । କଂଗ୍ରେସରେ ବହୁ ବଡ ବଡ ଓକିଲ ଅଛନ୍ତି । ଯେଉଁମାନଙ୍କର ଦେଶରେ ଖୁବ ନାଁ ରହିଛି । ସେମାନେ କଣ ଏକଥା ଜାଣିନାହାନ୍ତି । ସତରେ କ’ଣ ତାଙ୍କ ଦଳର ନେତାମାନେ ତାଙ୍କ ସଦସ୍ୟତାକୁ ନେଇ ଚିନ୍ତିତ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।
କାହିଁକି ଗଲା ରାହୁଲଙ୍କ ଲୋକସଭା ସାଂସଦ ପଦ, ପଢନ୍ତୁ...
ସେପଟେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ନେଇ ଅନୁରାଗ ଠାକୁର ମଧ୍ୟ ପ୍ରେସମିଟ୍ କରିଛନ୍ତି । ସେ କହିଛନ୍ତି ନିଜ ସରକାରରେ ଆର୍ଡିନାସ୍କୁ ଫାଡି ଦେବା ତାଙ୍କ ଅହଙ୍କାରକୁ ଦର୍ଶାଉଛି । ସରକାରରେ ଥିବାବେଳେ ଅହଙ୍କାରରେ ଥିଲା । ଏବେ ତାଙ୍କ ଦଳ ଚରମସୀମାରେ ପହଞ୍ଚିଛି । ସାଂସଦରେ ସେ ସବୁବେଳେ କୁହନ୍ତି ମୁଁ ଦୁର୍ଭାଗ୍ୟରୁ ସାଂସଦ । ସେଥିରୁ ତାଙ୍କୁ ମୁକ୍ତି ମିଳିଛି । ୱାୟନାଡବାସୀଙ୍କୁ ବି ମୁକ୍ତି ମିଳିଛି । ଏତେ ବର୍ଷ ଭିତରେ ମାତ୍ର 21 ଡିବେଟ୍ ରେ ସେ ଭାଗ ନେଇଥିଲେ । ଥରୁଟେ ପ୍ରାଇଭେଟ୍ ମେମ୍ବର ବିଲ୍ ମଧ୍ୟ ଆଣି ନାହାନ୍ତି । ରାହୁଲ ନିଜକୁ ସଂସଦ, ଦେଶ, ନ୍ୟାୟ ବିଭାଗରୁ ଅଧିକ ଭାବୁଥିଲେ । ଜାତି, ଧର୍ମ ନାଁରେ ଦେଶକୁ ବାଣ୍ଟିବାର କାମ କରୁଛି କଂଗ୍ରେସ ବୋଲି କହିଛନ୍ତି ଅନୁରାଗ ଠାକୁର ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି । କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଛି । ସଦସ୍ୟତା ରଦ୍ଦ ହୋଇଥିବା ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବିଧାନର ଧାରା 102(1)(ଇ) ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । ଜନପ୍ରତିନିଧି ଆଇନ 1951, ସେକ୍ସନ 8 ଅନୁସାରେ ସଦସ୍ୟତା ରଦ୍ଦ ହୋଇଛି । ମାନହାନୀ ମାମଲାରେ କାଲି ଦୋଷୀ ସାବ୍ୟସ୍ତ ହୋଇଥିଲେ ରାହୁଲ ।