ଭଦୋଦରାର ଏକ ଗାଇନାକୋଲୋଜିଷ୍ଟ ଡାକ୍ତର ଏପରି ନିଜ ଟ୍ବିଟରେ ଲେଖି ଚର୍ଚ୍ଚାରେ ରହିଛନ୍ତି । ସେ ଲେଖିଛନ୍ତି , "ଜଣେ ରୋଗୀକୁ ଯେପରି ନିଜପାଇଁ ଡାକ୍ତର ଚୟନ କରିବାର ଅଧିକାର ଅଛି, ଠିକ ସେମିତି ଗୋଟେ ଡାକ୍ତରକୁ ମଧ୍ୟ ରୋଗୀ ଚିକିତ୍ସା କରିବାକୁ ଚୟନ କରିବାର ଅଧିକାର ଅଛି । କେବଳ ନିହାତି ଗୁରୁତର ରୋଗୀଙ୍କୁ ବାଦ ଦେଇ । ଏହି ମହିଳା ଜଣକ ମେଡାକଲ ନିୟମର ବିରୋଦ୍ଧରେ ଯାଇଛନ୍ତି । କେତେକ ଅତ୍ୟନ୍ତ ଆବଶ୍ୟକୀୟ ଟେଷ୍ଟ ଯେମିତିକି ଏନଟି(NT)ଏବଂ ଡବଲ ମାର୍କେଟ ଟେଷ୍ଟ କରିବାକୁ ମନା କରିଦେଇଥିଲେ । ତାଙ୍କୁ ଅନେକ ବୁଝାଇବା ପରେ ଡାକ୍ତର ଜଣକ ତାଙ୍କୁ ଅନ୍ୟ ଜଣେ ଡାକ୍ତରଙ୍କୁ ପାଖରେ ଦେଖାଇବାକୁ ପରାମର୍ଶ ଦେଇଥିଲେ ।
କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ ଲେଖିଛନ୍ତି , ଜଣେ ଡାକ୍ତର ଏବଂ ବିଶେଷ ଭାବେ ଜଣେ ଗାଇନାକୋଲୋଜିଷ୍ଟ ଭାବରେ କେବେବି ରୋଗୀଙ୍କୁ ତୁମ ଉପରେ ପରିଚାଳନା କରିବାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କୁ କୋର୍ଟର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ । ସେଥିପାଇଁ ସ୍ପଷ୍ଟ ଭାବେ ନାଁ କରନ୍ତୁ ଏବଂ ଅନ୍ୟ ରୋଗୀ ଦେଖନ୍ତୁ ବୋଲି ସେ ନିଜେ ଟ୍ବିଟ କରି ଲେଖିଛନ୍ତି ।
Just as patients have a right to choose their doctors, doctors have the right to refuse treatment, except in emergencies. I turned away a pregnant patient in her 30s who, ignoring medical advice, refused an NT scan and double marker test (crucial to rule out common chromosomal… — 𝙍𝘼𝙅𝙀𝙎𝙃 𝙋𝘼𝙍𝙄𝙆𝙃 (@imacuriosguy) April 22, 2024
ତେବେ ଏଥିରେ ଅନେକ ୟୁଜର୍ସ ନିଜ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ମୁଁ ଏଥିରେ ରୋଗୀଙ୍କୁ ଦୋଷ ଦେବିନାହିଁ , ଏହି ଡବଲ ମେଡିକାଲ ଟେଷ୍ଟ ଖୁବ ମହଙ୍ଗା ହୋଇଥାଏ , ଏବଂ ସମସ୍ତେ ପ୍ରାୟତଃ ଭାବନ୍ତି, ଡାକ୍ତର ଅଧିକ ଟଙ୍କା ପାଇବା ଆଶାରେ ଏପରି ଚିକିତ୍ସା କରିବାକୁ କହିଥାନ୍ତି । ସେଥିପାଇଁ ସେ ମନା କରିଛନ୍ତି ।"
ସେହିପରି ଆଉଜଣେ ଲେଖିଛନ୍ତି," ଆପଣଙ୍କୁ ତାଙ୍କୁ ବୁଝେଇ ଦେବାରେ ଥିଲା, ଏହା ଏକ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ । ଏଥିପାଇଁ କ୍ଲିନିକ ତରଫରୁ ଆପଣଙ୍କୁ କୌଣସି ଅଧିକ ଟଙ୍କା ମିଳିବନି ।"ସୋସିଆଲ ମିଡିଆରେ ଏହାକୁ ଏପର୍ଯ୍ୟନ୍ତ ୪୮ ହଜାର ଲୋକ ଦେଖିସାରିଲେଣି ।