ପୁରୁଣା ଏକ ଭାଡିରେ କୁକୁର ଛୁଆ ଦେଇଛି । ଆଉ ଯେମିତିକ ଗଳି କନ୍ଦିରେ ଆପଣ ଦେଖିଥିବେ କୁକୁର ଛୁଆ ସହ ଛୋଟ ଛୋଟ ଛୁଆମାନେ ଖେଳିବାକୁ ବହୁତ ପସନ୍ଦ କରିଥାନ୍ତି । ଯେମିତି ଏଠାରେ ବି ଏଇ ଛୁଆଟି ନିଇତି ଏମାନଙ୍କ ସହ ଖେଳିବାକୁ ଆସୁଛି । ଆଉ ତାଙ୍କ ପାଇଁ ଆଣିଛି କିଛି ଗିଫ୍ଟ । ଯାହାକୁ ନେବାକୁ ଏମାନେ ଚାରିପଟେ ରୁଣ୍ଡ ହେଇଗଲେଣି ।
ସବୁ ନେଲା ପରେ ତାରି ପଛେ ପଛେ ଗୋଡାଉଛନ୍ତି । ସେ ବି ଲଥ୍ କରି ତଳେ ବସି ପଡୁଛି । ଜଣ ଜଣଙ୍କ ଧରୁଛି । ଗେହ୍ଲା କରୁଛି । ଆଉ ସବୁ ମିଶି ଖେଳୁଛନ୍ତି ।
ଆଜିକା ସ୍ୱାର୍ଥପର ଦୁନିଆରେ ଏମାନଙ୍କ ବନ୍ଧୁତାର ନିଷ୍ଠା ଓ ଭଲପାଇବା ଦେଖିଲେ ପେଟ ପୁରି ଯାଉଛି ।
ଏମାନେ ଏମାନଙ୍କ ଭାଷାରେ ଗପୁଛନ୍ତି । ଆଉ ଏ କୁନି ଛୁଆଟି ବି ତାଙ୍କ ମନ କଥା ବୁଝି ଯାଉଛି ।