ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ ଆଜି ଭାରତ ଆସୁଛନ୍ତି । ଦୁଇ ଦିନିଆ ଗସ୍ତର ଆରମ୍ଭ ପ୍ରଥମେ ଅହମଦାବାଦରୁ ହେବ । ଅହମ୍ମଦାବାଦର ଏୟାର ପୋର୍ଟରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ସ୍ୱାଗତ କରିବେ ମୋଦି । ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ ନେଇ ବଡ଼ ଧରଣର ବ୍ୟବସ୍ଥା କରାଯାଇଛି । ସକାଳ 11ଟା 40ରେ ଆମେରିକା ରାଷ୍ଟ୍ରପତି ତାଙ୍କ ସ୍ତ୍ରୀ ମେଲାନିଆ, ଝିଅ ଓ ଜ୍ୱାଇଁଙ୍କ ସହ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚିବେ ।
ପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେବେ ଦୁଇ ନେତା । ଟ୍ରମ୍ପଙ୍କ ଭାରତ ଆସିବା ନେଇ ଟୁଇଟ୍ରେ ରି-ଟୁଇଟ୍ କରି କହିଛନ୍ତି ମୋଦି, ଭାରତ ଆପଣଙ୍କ ଆସିବାର ଅପେକ୍ଷାରେ ଅଛି, ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବ ବୋଲି ମୋଦି କହିଛନ୍ତି ।
ଏପଟେ ଟ୍ରମ୍ପଙ୍କ ଗସ୍ତକୁ ନେଥ ସାରା ଦେଶରେ ଉତ୍ସାହ ମାହୋଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସିରେ ମଧ୍ୟ ଏହି ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର ଦିନ ଆମେରିକା ସୁରକ୍ଷା ସର୍ବିସର ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟିମ୍ ସହ ସ୍ନାଇଫର ଡଗ୍ ମଧ୍ୟ ଆସିଛନ୍ତି । ଏହି ଡଗମାନେ ସରୁକ୍ଷାର ବ୍ୟବସ୍ଥାର ତଦନ୍ତ କରିବେ ।
ଡୋନାଲ୍ଡ ଟ୍ରମ୍ପ ଭାରତର ତିନୋଟି ସହର ପରିଦରର୍ଶନ କରିବେ । ତାଙ୍କ ଗସ୍ତ ଅହମ୍ମଦାବାଦରୁ ଆରମ୍ଭ ହେବ । ସନ୍ଧ୍ୟାରେ ଆଗ୍ରା ଯିବେ, ସେଠାରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବେ । ଟ୍ରମ୍ପଙ୍କ ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

