ଯଦି କମ୍ପାନୀ ଗୁଡିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତାହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ତେବେ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ଉଦ୍ୟମ ଅନେକ ସମୟରୁ ଜାରି ରହିଛି। ଏଥିରେ କିଛିମାତ୍ରାରେ ଦର ମଧ୍ୟ କମିଛି। ଫଳରେ ଲିଟର ପିଛା ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ସୋରିଷ ତେଲ ବର୍ତ୍ତମାନ ନୂଆଦିଲ୍ଲୀରେ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କା ଦରରେ ବିକ୍ରି ହେଉଛି।
ସେହିପରି ଓଡିଶା ବଜାରରେ ପାମୋଲିନ୍ ଲିଟର ପିଛା ୧୨୦ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ସୋରିଷ ତେଲ ୧୫୦ ରୁ ୧୮୦ରେ ବିକ୍ରି ହେଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।