ସଭା ମଞ୍ଚରେ ମଞ୍ଚସ୍ଥ ହେଉଛି ଭାରତୀୟ ନୃତ୍ୟ କୁଚିପୁଡି। ଆଉ ମଞ୍ଚ ତଳେ ନାଚୁଛି ଏହି କୁନି ଝିଅଟି। ତା କୁନି କୁନି ପାଦକୁ ଲକ୍ଷ କରନ୍ତୁ। କେମିତି ସେ ନାଚୁଛି ଦେଖନ୍ତୁ। ଅବିକଳ ମଞ୍ଚଉପରେ ନାଚୁଥିବା ନୃତ୍ୟାଙ୍ଗନାଙ୍କ ତାଳ ଆଉ ଲୟକୁ ଅନୁକରଣ କରୁଛି। ଯନ୍ତ୍ରବତ୍ ପାଦ ଆଉ ହାତରେ ମୁଦ୍ରା ପ୍ରଦର୍ଶନ କରି ନାଚି ଚାଲିଛି। କହିପାରନ୍ତି, କୁନି କଣ୍ଢେଇଟିଏ ନାଚୁଛି ବୋଲି।
ଏ ସ୍ପଳ୍ପ ସମୟରେ ଭିଡିଓରେ ହୁଏତ ତାର ଆଖିର ଚାହାଣୀକୁ ଭଲରେ ବୁଝିବା ଆମ ପାଇଁ ଟିକେ କାଠିକର ପାଠ। କିନ୍ତୁ ଆମ ଦୃଷ୍ଟିରେ ଛୁଆଟିର ଶିଖାବାର ଅଭିଳାଷା ଯେ ତାକୁ କେତେ ସମୃଦ୍ଧ କରିପାରେ ତାହା ବୁଝାଇବାକୁ ଯଥେଷ୍ଟ।
ଭିଡିଓଟି Mamidala Jagadesh Kumarଙ୍କ ଟୁଇଟର ଆକାଉଣ୍ଟରୁ ପୋଷ୍ଟ ହୋଇଛି। ଯାହାକୁ ରି ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀଙ୍କ ପୋଷ୍ଟରେ ଅନେକ ଉପାଦେୟ କମେଣ୍ଟ ଆସିଥିବା ବେଳେ ଜଣେ ୟୁଜର, ଏଭଳି ନୃତ୍ୟସଙ୍ଗୀତ ଶିକ୍ଷାକୁ ପାଠ୍ୟକ୍ରମରେ ବିଧିବଦ୍ଧ ସାମିଲ କରିବାକୁ ନିବେଦନ କରିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।