ଏପଟେ ପଦମପୁରରେ କିଏ ମାରିବ ବାଜି ତା ଉପରେ ନିର୍ଭର କରୁଛି ରାଜ୍ୟର ଭବିଷ୍ୟତ ରାଜନୀତି । ପଦମପୁର ରେଜଲ୍ଟରୁ ମିଳିବ 2024 ପାଇଁ ରାଜ୍ୟବାସୀଙ୍କ ମୁଡର ସଂକେତ । ଧାମନଗରକୁ ଛାଡ଼ି ସମସ୍ତ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତି ଆସିଥିବା ବିଜେଡି ପାଇଁ ଏହି ଉପନିର୍ବାଚନ କିନ୍ତୁ ଏସିଡ ଟେଷ୍ଟ ସାବ୍ୟସ୍ତ ହୋଇଛି । କେବଳ ହାର ଜିତ ନୁହେଁ ବିଜୟ ବ୍ୟବଧାନ ବି ଦେବ ଭବିଷ୍ୟତ ରାଜନୀତିର ଦେବ ଇସାରା । ଉପନିର୍ବାଚନରେ ପଦମପୁରକୁ ଜିଲ୍ଲା ମାନ୍ୟତା, ଇନପୁଟ୍ ସବସିଡି, ଫସଲ ବୀମାରେ ଘୋଟାଲା, ସ୍ବାସ୍ଥ୍ୟ ଓ ଦାଦନ ସମସ୍ୟା ବଡ଼ ପ୍ରସଙ୍ଗ ହୋଇଥିଲା । ଏସବୁ ପ୍ରସଙ୍ଗରେ ଗ୍ରାଉଣ୍ଡରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଭୋଟରେ ତାର କିପରି ପ୍ରତିଫଳନ ହୋଇଛି ତାହା ଜଣାପଡ଼ିବ ରେଜଲ୍ଟରୁ ।
ଆସନ୍ତାକାଲି ଆସିବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଫଳ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦେଶ ଓ ରାଜ୍ୟ ରାଜନୀତି ପାଇଁ ବଡ଼ ଦିନ । ଆସିବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଫଳ। ଏଥିସହ ପଦମପୁର ଉପନିର୍ବାଚନ ଗଣତି ବି ଆସନ୍ତାକାଲି ହେବ । ଏହି ରେଜଲ୍ଟ ହିଁ ସୂଚନା ଦେବ କେଉଁ ଆଡ଼କୁ ଯାଉଛି ଦେଶ ଓ ରାଜ୍ୟ ରାଜନୀତି । ଗୁଜରାଟରେ ଲଗାତାର ସପ୍ତମ ଥର ପାଇଁ ବିଜେପି କ୍ଷମତାସୀନ ହେବାକୁ ଯାଉଛି ବୋଲି ସବୁ ଏକଜିଟ୍ ପୋଲ ଆକଳନ କରିଛନ୍ତି । ସେହିପିର ହିମାଚଳରେ ବି 5 ବର୍ଷରେ ସରକାର ବଦଳିବାର ପରମ୍ପରା ଏଥର ଭାଙ୍ଗିବ ଓ ବିଜେପି ପୁଣି ସରକାର ଗଢ଼ିବ ବୋଲି ଏକଜିଟ ପୋଲ ସର୍ଭେରେ ସାମ୍ନାକୁ ଆସିଛି ।
Download Argus News App
