ତେବେ ଆଜିର ଏନକାଉଣ୍ଟର ପୂର୍ବରୁ ଗତକାଲି ହୋଇଥିବା ଏନକାଉ୍ଟରରେ ହିଜବୁଲର ତିନି ଆତଙ୍କୀ ନିହତ ହୋଇଥିଲେ । ଆଜି ଅର୍ଥାତ୍ ମଙ୍ଗଳବାର ଦିନ ସକାଳେ ସୁରକ୍ଷାବଳକୁ ସୂଚନାମିଳିଥିଲା ଯେ, ପମ୍ପୋର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା, ଏହାପରେ ଆନନ ଫାନନରେ ସୁରକ୍ଷାବଳ ଘେରାବନ୍ଦି କରିବା ଆରମ୍ଭ କରିଥିଲା । ଯେତେବେଳେ ଆତଙ୍କୀମାନେ ନିଜକୁ ସେନା ଦ୍ୱାରା ଘେରା ହୋଇଥିବାର ଜାଣିବାକୁ ପାଇଲେ ସେମାନେ ସୁରକ୍ଷାବଳ ଉପରେ ଫାଇରିଙ୍ଗ କରିବା ଆରମ୍ଭ କରିଦେଲେ । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ଜୈଶର ଜଣେ ଆତଙ୍କୀ ନିହତ ହୋଇଛି ।