ଅର୍ଗସ ବ୍ୟୁରୋ : ଖାଦ୍ୟ ସୁରକ୍ଷା ପାଇଁ ସୃଷ୍ଟି ହୋଇଛି ୩ ଟି ମୁଖ୍ୟ ଚ୍ୟାଲେଂଚ୍ । କୋଭିଡ୍ , କନଫ୍ଲିକ୍ଟ ଏବଂ କ୍ଲାଇମେଟ୍ ବା ମହାମାରୀ, ଯୁଦ୍ଧ ଏବଂ ଜଳବାୟୂ ପରିବର୍ତ୍ତନ । ଏହି ୩ ଟି କାରଣ ଯୋଗୁ ବିଶ୍ବ ପାଇଁ ଖାଦ୍ୟ ସୁରକ୍ଷା ଦିଗରେ ସବୁଠୁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଭାରତ ବିଶ୍ବର ବୃହତ ଶସ୍ୟ ଉତ୍ପାଦନକାରୀ ଦେଶ ବୋଲି କହିବା ସହ ଦେଶ କିପରି ଖାଦ୍ୟ ସୁରକ୍ଷା ଦିଗରେ ସଫଳତା ହାସଲ କରିଛି ସେ ବାବଦରେ କହିଛନ୍ତି ଏସ ଜୟଶଙ୍କର ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...