ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଅଗଷ୍ଟ ୨୧ ତାରିଖ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ୮୯ ବର୍ଷୀୟ କଲ୍ୟାଣ ସିଂଙ୍କୁ ଜୁଲାଇ 4ରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ପଞ୍ଚଭୂତରେ ଲୀନ ହେଲେ କଲ୍ୟାଣ ସିଂହ

ଅର୍ଗସ୍ ବ୍ୟୁରୋ: ପଞ୍ଚଭୂତରେ ଲୀନ ହେଲେ କଲ୍ୟାଣ ସିଂହ।ରାଷ୍ଟ୍ରୀୟ ସମ୍ମାନ ସହିତ କଲ୍ୟାଣ ସିଂ ଅନ୍ତିମ ସଂସ୍କାର ହୋଇଛି । ସୋମବାର ଅପରାହ୍ନରେ ବୁଲନ୍ଦସହର ଜିଲ୍ଲାର କେନୋରାର ବଂଶିଘାଟ ଏବଂ ଗାନ୍ଧୀଘାଟର ବଚ୍ଚା ପାର୍କରେ ଶବଦାହ କରାଯାଇଛି। ତାଙ୍କ ପୁଅ ସାଂସଦ ରାଜଭୀର ସିଂ ମୁଖାଗ୍ନି ଦେଇଛନ୍ତି।
Download Argus News App
