ଅଧିକ ପଢନ୍ତୁ ଭାରତ ଖବର
ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ଆକ୍ରମଣରେ ୧୦ ଯବାନ ସହିଦ ସହ ୭ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସୁରକ୍ଷା ଅଧିକାରୀମାନେ କହିଛନ୍ତି, ଜି-୨୦ ବୈଠକ ପୂର୍ବରୁ କିମ୍ବା ଜି-୨୦ ବୈଠକ ସମୟରେ ଆତଙ୍କବାଦୀମାନେ ପୁଣି ଆକ୍ରମଣ ଯୋଜନା କରିପାରନ୍ତି । ସେନା ଏବଂ ପୁଲିସ ଅଧିକାରୀ କହିଛନ୍ତି, ଗୁଇନ୍ଦା ସୂଚନା ମୁତାବକ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରରେ ଏକ ସାମରିକ ସ୍କୁଲ୍କୁ ଟାର୍ଗେଟ୍ କରିପାରନ୍ତି ଏବଂ ସେମାନେ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ ରଖିପାରନ୍ତି । ଏହା ଜଣାପଡ଼ିବା ପରେ ସ୍କୁଲଗୁଡ଼ିକ ବନ୍ଦ କରାଯାଇଛି ଏବଂ ଜି-୨୦ ବୈଠକ ପର୍ଯ୍ୟନ୍ତ ଅନଲାଇନ କ୍ଲାସ କରାଯାଉଛି । କାଶ୍ମୀର ଭ୍ୟାଲି ପୁଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି, ସହରରେ କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି ।