ଅର୍ଗସ ବ୍ୟୁରୋ: ଗୁଡ୍ମର୍ଣ୍ଣିଂ ମେସେଜ୍ ଦେବା ହେଲା କାଳ । ସକାଳୁ ଏକ ଗୁଡ଼୍ମର୍ଣ୍ଣିଂ ମେସେଜ୍ ରିପ୍ଲାଏ ଦେବାରୁ ଯୁବକଙ୍କୁ ନିଜ ଜୀବନ ହରାଇବାକୁ ପଡିଛି । ଏହିପରି ଏକ ହୃଦୟବିଦାରକ ଘଟଣା ଘଟିଛି ଝାଡଖଣ୍ଡର ହଜାରିବାଗ ସହରର କଟକମଦାଗ ଥାନା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବକ ସୁଲ୍ତାନା ଗାଁର ରହୁଥିବା ମହିଳାଙ୍କ ମେସେଜ୍ର ରିପ୍ଲାଏ ଦେଇଥିଲେ । ଯେଉଁଥିରେ ରାଗିଯାଇ ମହିଳାଙ୍କ ସ୍ୱାମୀ ଉକ୍ତ ଯୁବକଙ୍କୁ ଛୁରୀରେ ଭୁଶି ହତ୍ୟା କରିଛି। ହତ୍ୟା କରାଯାଇଥିବା ଯୁବକଙ୍କ ନାମ ମ.ସଲମାନ ଅଂସାରୀ(ବୟସ 24) ।
ଯୁବକଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ସଲମାନଙ୍କ 15 ଦିନ ହେବ ବିବାହ ହୋଇଥିଲା । ପରିବାର ଲୋକେ ଅଭିଯୋଗ ଲଗାଇଛନ୍ତି ଯେ ଦୁଇ ଦିନ ପୂର୍ବରୁ ବଡ଼କାଗାଁରେ ରହୁଥିବା ଯୁବିତୀଙ୍କର ଏକ ଗୁଡମର୍ଣ୍ଣିଂ ମେସେଜ୍ ଆସିଥିଲା । ମୃତ ସଲମାନ ନିଜ ସ୍ତ୍ରୀର ସାଙ୍ଗ ଭାବି ମେସେଜ୍ର ରିପ୍ଲାଏ କରିଦେଇଥିଲେ । ସଲମାନର ସ୍ତ୍ରୀର ବାପଘର ମଧ୍ୟ ସୁଲତାନା ଗାଁରେ ।
ଅଭିଯୁକ୍ତ ଯେତେବେଳେ ମେସେଜ୍ ଦେଖିଲା ତାର ସ୍ତ୍ରୀକୁ ଏ ମ୍ୟାସେଜ୍ ବିଷୟରେ ପଚରାଉଚରା କରିଥିଲା । ସ୍ତ୍ରୀ କହିଥିଲା ଯେ, ଏ ମେସେଜ୍ ମୋ ବାପ ଘର ପାଖରେ ରହୁଥିବା ସଲମାନର । ଏହା ପରେ ଅଭିଯୁକ୍ତ ସ୍ୱାମୀ ରାଗି ଯାଇ ନିଜ ଭାଇ ଓ ଆଉ ଦୁଇ ଜଣଙ୍କ ସହ ଉକ୍ତ ଗାଁରେ ପହଞ୍ଚିଲା । ଏହି ଘଟଣାକୁ ସ୍ତ୍ରୀର ବାପଘର ଲୋକଙ୍କୁ ଜଣାଇଲା । ଏହାପରେ ସ୍ତ୍ରୀର ବାପା ଏବଂ ଆଉ କିଛି ଲୋକଙ୍କ ସହ ସଲମାନଙ୍କ ଘରେ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରିଥିଲା ଅଭିଯୁକ୍ତ ।
ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ତିବ୍ର ବିବାଦ ଉପୁଜିଥିଲା । ଯୁକ୍ତି ତର୍କ ଏତେ ମାତ୍ରାରେ ବଢିଯାଇଥିଲା ଯେ, ରାଗି ଯାଇ ଅଭିଯୁକ୍ତ ଜଣଙ୍କ ସଲମାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଦେଇଥିଲା । ସଲମାନ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ବାକି ଲୋକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ସଲମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ପରେ ଚିକିତ୍ସା ସମୟରେ ସଲମାନଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି ।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।