ଗୁଗୁଲ ଏକ ମଲ୍ଟିମିଡିଆ ପଜଲ୍ ଗେମ୍ ପ୍ରସ୍ତୁତ କରିଛି । ଯେଉଁଥିରେ ଉପଭୋକ୍ତାମାନଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସ୍ଲାଇସ୍ ଅନୁଯାୟୀ ଏକ ପିଜା କାଟିବାକୁ ପଡିବ । ଏହି ଖେଳଟି ବିଶ୍ୱର 11 ଟି ପ୍ରସିଦ୍ଧ ପିଜାକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରହିଛି ଏକାଧିକ ସ୍ତର ।
ଯେଉଁମାନେ ଖେଳ ଖେଳୁଛନ୍ତି, ସେମାନଙ୍କୁ ମଧ୍ୟ ସ୍ଲାଇସ୍ ସଂଖ୍ୟା ସହିତ ଅନୁରୋଧ କରାଯାଇଥିବା ଟପ୍ପିଙ୍ଗ ଗୁଡ଼ିକୁ ମନେ ରଖିବାକୁ ପଡିବ । ଯଦି ଜଣେ ଉପଭୋକ୍ତା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପିଜାକୁ ସ୍ଲାଇସ୍ କରିବାକୁ ସକ୍ଷମ ହୁଅନ୍ତି, ତେବେ ସେମାନେ ଷ୍ଟାର ପାଇବେ ଏହାସହ ଏବଂ ପରବର୍ତ୍ତୀ ସ୍ତରକୁ ଯାଇପାରିବେ ।
ଗୁଗୁଲ ଡୁଡୁଲରେ ମାର୍ଗେରିଟା ପିଜା, ଧଳା, ପେପରୋନି, କାଲାବ୍ରେସା ପିଜା, ହାୱାଇନ୍ ପିଜା, ଟମ୍ ୟମ୍ ପିଜା, ପାନେର୍ ଟିକ୍କା ପିଜା ସ୍ଥାନ ପାଇଛି।
ବିଭିନ୍ନ ଟପ୍ପିଙ୍ଗ୍ ସହିତ ଫ୍ଲାଟ ବ୍ରେଡ୍ ଖାଇବା ଇଜିପ୍ଟ ଏବଂ ରୋମରେ ଏକ ପ୍ରାଚୀନ ଅଭ୍ୟାସ । ଇଟାଲି ହେଉଛି ପିଜ୍ଜାର ଜନ୍ମସ୍ଥାନ । 1700 ଦଶକରେ ମଇଦା ଉପରେ ଟମୋଟ, ପନ୍ନିର ଆଦି ପକାଇ ତାକୁ ଖାଉଥିଲେ । ଦିନ ଗଡିବା ସହ ବିଭିନ୍ନ ଦେଶରେ ଏଥିରେ ନୂଆ ନୂଆ ଫ୍ଲେବର୍ ଆଡ୍ ହେବାରେ ଲାଗିଲା । ଯାହାର ରୂପ, ରଙ୍ଗ ସବୁ ବଦଳିଗଲା । ଏହାସହ ବଡ ବଡ ରେସ୍ତୋରାଂ ରେ କିଛି ନୂଆ ଷ୍ଟାଇଲରେ ମିଳୁଛି ପିଜ୍ଜା । ଯାହା ଲୋକଙ୍କୁ ଖୁବ ଆକୃଷ୍ଟ କରୁଛି ।